ଘୁ.ଉଦୟଗିରି ଦିବ୍ୟଜୀବନ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ବିଧାୟକ

0
81
ଘୁ.ଉଦୟଗିରି

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୫/୦୬) : ଘୁ.ଉଦୟଗିରି ଏମ ଏମ ସି ରୋଡରେ ଅବସ୍ଥିତ ଦିବ୍ୟ ଜୀବନ ସଂଘର ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 06 05 at 07.08.55 ଘୁ.ଉଦୟଗିରି ଦିବ୍ୟଜୀବନ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ବିଧାୟକ

ସଭାପତି ଅଦୈତ୍ୟ ପ୍ରସାଦ ମାହାନ୍ତିଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଭାବେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦେଶକ ପ୍ରଶାନ୍ତ କୁମାର ତ୍ରୀପାଠୀ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଦିବ୍ୟ ଜୀବନ ସଂଘର ଦକ୍ଷିଣାଞ୍ଚଳ ଜୋନ ସମ୍ପାଦକ ପ୍ରକାଶ କୁମାର ରଥ ଘୁ. ଉଦୟଗିରି ବ୍ଳକ ଅଧକ୍ଷା ସୂଷମା ପ୍ରଧାନ, ବ୍ଳକ ଉପାଧ୍ୟକ୍ଷ ଏନ ଲୁକ୍, ବିଡିଓ ଆଶିଷ କୁମାର ତ୍ରୀପାଠୀ, ଜିଲ୍ଲା ପରିଷଦ ସଭ୍ୟ ନିଳିମା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ବରିଷ୍ଠ ଶିକ୍ଷକ ଚତୃଭୁଜ ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଡାକ୍ଟର ପ୍ରସନ୍ନ କୁମାର ତ୍ରୀପାଠୀ ବାର୍ଷିକ ବିବରଣି ପଠନ କରିଥିଲେ । ଦିବ୍ୟଜୀବନ ସଂଘ ତରଫରୁ ସମସ୍ତ ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା ।

ବିଧାୟକ ପ୍ରଧାନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମାନବ ସେବାହିଂ ମାଧବ ସେବା ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ସମସ୍ତ କାର୍ଯ୍ୟରେ କୋଷାଧ୍ୟକ୍ଷ ବିଭୁତି ଆଚାର୍ଯ୍ୟ, ମନୋରଞ୍ଜନ ପତି, ଅମରେନ୍ଦ୍ର ସାହୁ, ଅନ୍ତ୍ରଯ୍ୟାମୀ ପ୍ରଧାନ, ମାଜିରା ପ୍ରଧାନ, ଭାଷ୍କର ସାମଲ, ସନ୍ତୋଷ କୁମାର ପାତ୍ର, ପି.ଅଶୋକ କୁମାର ପାତ୍ର, ସରୋଜ କୁମାର ପାତ୍ର, ଅଶୋକ କୁମାର ପଟନାୟକ, ସଞ୍ଜୟ କୁମାର ପାତ୍ର, ସୁବାଷ ଚନ୍ଦ୍ର ରାଉତ ଏବଂ ଦୁର୍ଗା ପ୍ରସାଦ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସହ ସମ୍ପାଦକ ଶ୍ରୀରାମ ପଦାରବିନ୍ଦ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।