ପ୍ରଧାନ ଶିକ୍ଷକ ଙ୍କୁ ଅବସର ସମ୍ବର୍ଦ୍ଧନା

0
105
ପ୍ରଧାନ ଶିକ୍ଷକ ଙ୍କୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨/୬) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ପାଲ ମାନ ଗୁଡା ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l

ଗତ ମଇ ୩୧ ତାରିଖ ଦିନ ଅବସର ନେଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ଗୋପୀନାଥ ପାତ୍ର ଗତ ଦେଢ଼ ବର୍ଷ ହେଲା ପାଲ ମାନ ଗୁଡା ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ପାଇ କାର୍ଯ୍ୟ କରି ଆସୁଥିଲେ l ଆଜି ଉକ୍ତ ବିଦ୍ୟାଳୟ ର ସହକର୍ମୀ ମାନେ ଓ ଗ୍ରାମ ଲୋକ ମାନଙ୍କ ତରଫରୁ ପ୍ରଧାନ ଶିକ୍ଷକ ଙ୍କୁ ଉପଢୌକନ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧନା କରିବା ସହ ବିଦାୟ ଦିଆଯାଇଛି l ଶ୍ରୀ ପାତ୍ର ଜଣେ ନିଷ୍ଠାବାନ ଓ କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଥିଲେ ସେ ତେଲୁଗୁ, ସୌରା ଓଡ଼ିଆ,ଇଂରେଜ ଭାଷାରେ ନିପୁଣ ଥିଲେ l ଏହି କାର୍ଯ୍ୟକ୍ରମ ରେ ସିଅରସିସି ପି ମୋହନ ରାଓ, ଖଗେଶ୍ୱର ରାଓ, ଶ୍ରୀ ପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l