ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ର ଆଜିଠାରୁ ସମୂହ ଛୁଟି

0
246
ଜିଲ୍ଲା ସ୍ତରୀୟ ମିଳିତ ଅମଲା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧/୬) : ରାଜ୍ୟ ଅମଲା ସଙ୍ଘ ଓ ଜିଲ୍ଲା ସ୍ତରୀୟ ମିଳିତ ଅମଲା ର ଡାକରା କ୍ରମେ କାଶୀନଗର ବ୍ଲକ ଅଫିସ ସମ୍ମୁଖରେ ଆଜି ଅମଲା ମାନେ ନିଜ ଦାବୀ ପୂରଣ ନ ହେବା ଯାଏଁ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି ।

ସେମାନେ ତାଙ୍କ ନ୍ୟାର୍ଯ୍ୟ ଦାବୀ ୪୯୦୦ ଗ୍ରେଡ଼ ପେ ଦେବା ସହ ନ୍ୟାର୍ଯ୍ୟ ଦାବୀ ସମ୍ବଳିତ ପତ୍ର ରାଜ୍ୟ ସରକାର ଓ ଜିଲ୍ଲାପାଳ ଙ୍କ ଦିଆଯାଇଛି । ସରକାର ଏ ଯାଏଁ କୌଣସି ଦାବୀ କୁ ମାନି ନାହାନ୍ତି । ଏଣୁ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମାନେ କିଛି ଦିନ କଳା ବ୍ୟାଜ ପରିଧାନ କରି ନିଜ ର ଅସହମତି ଜଣାଇ ଥିଲେ । ଆଜି ଦିନ ଠାରୁ ରାଜ୍ୟ ବ୍ୟାପୀ ସମସ୍ତ ଅମଲା ମାନେ ଅନିର୍ଦ୍ଧିଷ୍ଟ କାଳ ସମୂହ ଛୁଟି ରେ ରହିବେ ବୋଲି କଡା ଜବାବ ଦେଇଛନ୍ତି । ଆଜି ସ୍ଥାନୀୟ କାଶୀନଗର ବ୍ଲକ କାର୍ଯ୍ୟାଳୟ ଆଗରେ ଶ୍ରୀ ମଙ୍ଗୁଳା ନାୟକ, ହରିକୃଷ୍ଣ ମହାପାତ୍ର, ଆର ହେମା କୁମାର, ଧ୍ରୁବ ନାୟକ, ସଂଜୀବ ନାୟକ, ସଂଯୁକ୍ତା ପାତ୍ର, ପ୍ରବୀଣ କାର୍ଜି ବିଭିନ୍ନ ନାରା ଦେଇ ନିଜ ର ଦାବୀ ଜଣାଇଥିଲେ । ସରକାର ଙ୍କ ବିଭିନ୍ନ ଯୋଜନା କୁ ତଳ ସ୍ତର ରେ ଆମେ ପହଞ୍ଚାଇ ସରକାର ଙ୍କ ବାହାବା ଦେଉଛୁ ବୋଲି କହିଥିଲେ ।