ଶ୍ରୀ ସତ୍ୟ ସାଇ ଙ୍କ ଦିବ୍ୟ ପାଦୁକା ରଥ, ଦର୍ଶନ କଲେ ଶତାଧିକ ଭକ୍ତ

0
95
ଶ୍ରୀ ସତ୍ୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୬) : ସମସ୍ତଙ୍କୁ ଭଲ ପାଅ ଓ ସମସ୍ତ ଙ୍କ ସେବା କର l ପ୍ରଶାନ୍ତି ରୁ ଯାତ୍ରା ଆରମ୍ଭ କରି ଓଡିଶା ର ପ୍ରତ୍ୟେକ ଜିଲ୍ଲା ଓ ଗାଁ ଗାଁ ରେ ପହଞ୍ଚିଥିବା ଶ୍ରୀ ସତ୍ୟ ସାଇ ବାବା ଙ୍କ ଏହି ଦିବ୍ୟ ପାଦୁକା ରଥ ଯାତ୍ରା ର ଏହା ହେଉଛି ବାର୍ତ୍ତା l

ପ୍ରଶାନ୍ତି ରୁ ବାହାରି ଥିବା ଏହି ପାଦୁକା ରଥ ଯାତ୍ରା ସୁବର୍ଣ୍ଣପୁର ଜିଲ୍ଲା ରେ ଗତ କାଲି ସୋନପୁର ବ୍ଲକ ର ବିଭିନ୍ନ ଗାଁ ରେ ବୁଲିଥିବା ବେଳେ ଆଜି ସୋନପୁର ସହର ର ମୁଖ୍ୟ ରାସ୍ତା ରେ ଆସି ସବୁ ସାହି ରେ ପରିକ୍ରମl କରିଥିଲା l ଏହି ଯାତ୍ରା ସମୟରେ ଦୁଲ ଦୁଲି ବାଜା, ଭଜନ କୀର୍ତ୍ତନ, ୧୧ଜଣ ପଣ୍ଡିତ ଙ୍କ ଦ୍ୱାରା ବେଦ ଉଚ୍ଚାରଣ ସହିତ ହଜାର ଭକ୍ତ ଙ୍କ ପାଦୁକା ଦର୍ଶନ ଦୃଶ୍ୟ ସହର ରେ ଏକ ଆଧ୍ୟାତ୍ମିକ, ଭାବାବେଗ ପରିବେଶ ସୃଷ୍ଟି କରିଥିଲା l ଓଡିଶା ରେ ୩ ମାସ ଯାଏଁ ଓ ସୁବର୍ଣ୍ଣପୁର ଜିଲ୍ଲା ରେ ୧୪ ଦିନ ଯାଏଁ ଯାତ୍ରା କରୁଥିବା ଏହି ପାଦୁକା ଯାତ୍ରା ବେଳେ ସବୁ ସ୍ଥାନ ରେ ଜଳ ଛତ୍ର, ଚକ୍ଷୁ ଚିକିତ୍ସା ଶିବିର, ପ୍ରାଣୀ ଚିକିତ୍ସା ଶିବିର ଓ ରକ୍ତ ଦାନ ଶିବିର ସମେତ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ର ବ୍ୟବସ୍ଥା ରହିଥିବା ପାଦୁକା ଯାତ୍ରା ଇନଚାର୍ଜ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ ଙ୍କ ଠାରୁ ପ୍ରକାଶ ପାଇଛି l ସହର ପରିକ୍ରମl ପରେ ଶ୍ରୀ ସତ୍ୟ ସାଇ ସେବା ସମିତି ଠାରେ ଏହି ରଥ ପହଞ୍ଚିଥିଲା l

ଏଠାରେ ମଧ୍ୟ ପ୍ରଭୁ କୃପା ଲାଭ, ପାଦୁକା ଦର୍ଶନ ଓ ପ୍ରସାଦ ସେବନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଜଣାଯାଇଛି l ଶ୍ରୀ ସାଇ ସେବା ସମିତି ର ରାଜ୍ୟ ଉପ ସଭାପତି ପ୍ରତାପ ଚନ୍ଦ୍ର ମହାନ୍ତି, ସୋନପୁର ଶାଖା ସଭାପତି ଗୁଣ ନିଧି ପାତ୍ର, ଆବାହକ ସମୀର ରଞ୍ଜନ ବହିଦାର, ବରିଷ୍ଟ ସଭ୍ୟ ସୂର୍ଯ୍ୟ ନାରାୟଣ ମହାପାତ୍ର, ରେଣୁକା ମିଶ୍ର, ଟିକେଶ୍ବରୀ ମେହେର, ସୌରଭ ଖମାରୀ, ଆରତୀ ଖମାରୀ ପ୍ରମୁଖ ଙ୍କ ପ୍ରତ୍ୟକ ତତ୍ୱାବଧାନ ରେ ଏହି ଦିବ୍ୟ ପାଦୁକା ଯାତ୍ରା ର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l