Friday, March 29, 2024

Top 5 This Week

Related Posts

ଜୁନ୍‌ ପହିଲାରୁ ଆଶ୍ୱସ୍ତି; ଖସିଲା ଗ୍ୟାସ ଦର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୧/୦୬) : ଜୁନ୍‌ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି । ଖସିଲା ଏଲପିଜି ସିଲିଣ୍ଡର ଦାମ୍ । ତେବେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ନୁହେଁ, କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ଖସିଛି ।

ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ ୮୩ ଟଙ୍କା କମିଛି । ଗତ ମାସ ୧ ତାରିଖରେ କମର୍ସିଆଲ ସିଲିଣ୍ଡର ଦାମ ୧୮୫୬.୫୦ ଟଙ୍କା ଥିଲା । ଜୁନ୍‌ରେ ୮୩ ଟଙ୍କା କମିବା ପରେ ଏହାର ମୂଲ୍ୟ ୧୭୭୩ ଟଙ୍କା ହୋଇଛି । ବିହାର ରାଜଧାନୀ ପାଟଣାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୮୩ ଟଙ୍କା କମିବା ପରେ ୨୦୨୧.୫ ରହିଛି । ଲକ୍ଷ୍ନୌରେ ଏହାର ମୂଲ୍ୟ ୧୯୦୯ ଟଙ୍କା, ଅମୃତସରରେ ୧୮୯୫.୫, ଡେରାଡୁନରେ ୧୮୩୯.୫, ଜୟପୁରରେ ୧୮୧୮.୫ ଓ ରାଞ୍ଚିରେ ୧୯୪୯ ଟଙ୍କା ରହିଛି ।

Popular Articles