ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ

0
77
ଅଗ୍ନିକାଣ୍ଡ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୦୧/୦୬) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଦ୍ୱାରା ପ୍ରସୂତି ବିଭାଗ ଗୃହରେ ନିଆଁ ଲାଗିଯାଇଛି ।

ନିଆଁର ପ୍ରଖର ଅତ୍ୟନ୍ତ ଭୟାବହ ଥିଲା। ଏଥିରେ ରୋଗୀମାନେ ସବୁ ଦୌଡାଦୌଡ଼ି ହୋଇ ବାହାରକୁ ଚାଲି ଆସିଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏ ଯାଏଁ ଜଣାପଡ଼ିନାହିଁ । ଅଗ୍ନିକାଣ୍ଡ ଘଟିବା ଦ୍ୱାରା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଏହି ଅଗ୍ନିକାଣ୍ଡର କେହି ମୃତାହତ ହୋଇନାହାନ୍ତି ।