ରକ୍ତଦାନ କରି ବଦାନ୍ୟତା ର ପରିଚୟ ଦେଇଛନ୍ତି ସ୍ୱାସ୍ଥ୍ୟ ସୁପର ଭାଇଜର

0
281
ରକ୍ତଦାନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୧/୦୬) : ରକ୍ତଦାନ କରି ବଦାନ୍ୟତା ର ପରିଚୟ ଦେଇଛନ୍ତି ସ୍ୱାସ୍ଥ୍ୟ ସୁପର ଭାଇଜର ।WhatsApp Image 2023 05 31 at 20.59.38 ରକ୍ତଦାନ କରି ବଦାନ୍ୟତା ର ପରିଚୟ ଦେଇଛନ୍ତି ସ୍ୱାସ୍ଥ୍ୟ ସୁପର ଭାଇଜର

ଦୁର୍ଗାପାଡୁ ପଞ୍ଚାୟତ ପାଲମ ତୁଳସୀ ଗ୍ରାମର ସିପୁ ପୁଆଲାଙ୍କ ର ଏକବର୍ଷ ର ଶିଶୁପୁତ୍ର ବିନୋଦ ପୁଆଲା ଦୀର୍ଘ ଦୁଇମାସ ଧରି ଜ୍ଵରରେ ପୀଡ଼ିତ ସହ ପୁଷ୍ଟିହୀନତା ଏବଂ ରକ୍ତହୀନତା କାରଣରୁ ପ୍ରାଥମିକ (RBSK) ଚିକିତ୍ସା ପରେ ସ୍ୱାସ୍ଥ୍ୟରେ କୌଣସି ସୁଧାର ନ ଆସିଥିବା କାରଣରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇବା ପାଇଁ ଶିଶୁ ପୁତ୍ର ବିନୋଦ ପୁଆଲାଙ୍କ ପିତା ସିପୁ ପୁଆଲା ମେ ମାସ ୨୫ ତାରିଖରେ ପୁଷ୍ଟି ହିନତା କେନ୍ଦ୍ର ରେ ଚିକିତ୍ସା କରାଉଛନ୍ତି । ଶିଶୁ ପୁତ୍ର କୁ A+ ରକ୍ତର ଅଭାବ ଥିଲା ବେଳେ, କୌଣସି ସ୍ଥାନରୁ ରକ୍ତ ସଂଗ୍ରହ ହୋଇ ପାରି ନ ଥିଲା । କୌଣସି କାରଣ ବଶତଃ ଜାଙ୍ଗିଲି ମେଡିକାଲ ସୁପର ଭାଇଜର ହରେକୃଷ୍ଣ ଦାସ ମୁଖ୍ୟ ଡାକ୍ତର ଖାନା କୁ ଆସିଥିବା ବେଳେ, ଶିଶୁ ପୁତ୍ର ର ଅବସ୍ଥା ଦେଖି ନିଜେ ରକ୍ତଦାନ କରିବାକୁ ପ୍ରସ୍ତୁତ ହୋଇଥିଲେ ଏବଂ ଆବଶ୍ୟକ ମୁତାବକ ରକ୍ତ ଦାନ କରିଥିଲେ । ଏହି ବଦାନ୍ୟ କାର୍ଯ୍ୟକୁ ଶିଶୁ ପୁତ୍ର ର ପିତା ମାତା ଓ ଉପସ୍ଥିତ କର୍ମଚାରୀ ଏବଂ ଡାକ୍ତର କୃତଜ୍ଞତା ଏବଂ ଧନ୍ୟବାଦ ଜଣାଇଥିଲେ ।