ଅଗ୍ନିଶମ ଦ୍ଵାରା ଆୟତ୍ତ ହେଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0
96
ଅଗ୍ନିଶମ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୩୧/୦୫) : ହୁତ ହୁତ ହୋଇ ଜଳିଗଲା ସ୍କ୍ରପିଓ ଗାଡି । କେଇ ସେକେଣ୍ତ ମଧ୍ୟରେ ଗାଡିଟି ସମ୍ପୁଣ୍ଣ ଭାବେ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ ଦ୍ଵାରା ଆୟତ୍ତ ହେଲା ନିଆଁ ।

ଟ୍ରେନ ଲାଇନ ଫାଟକ ଯୋଗୁଁ ଅଳ୍ପକେ ବର୍ତ୍ତି ଗଲେ ଯାତ୍ରୀ ମାନେ । ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ କୀଲାସମା ଠାରେ ରାତ୍ର ପ୍ରାୟ ୧୦ ଟା ସମୟରେ ଏକ ସ୍କ୍ରପିଓ ଗାଡ଼ିରେ ନିଆଁ ଲାଗିଯାଇଥିଲା । ତୁରନ୍ତ ଅଗ୍ନିଶମ ବିଭାଗ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ । ତେବେ ସମ୍ବଲପୁର ରୁ କିଲାସିମା ଗ୍ରାମକୁ ସ୍କ୍ରପିଓ ଗାଡି ଯାଉଥିବା ସମୟରେ ରେଲଓ୍ବେ ଫାଟକ ବନ୍ଦ ଯୋଗୁଁ ଅଟକି ଥିଲେ । ଏହି ସମୟରେ ହଟାତ ଗାଡିରେ ନିଆଁ ଲାଗିଯାଇଥିବାରୁ ତୁରନ୍ତ ଗାଡିରେ ବସିଥିବା ୮ ଜଣ ଓହ୍ଲାଇ ପଡିଥିଲେ । ଦେଖୁ ଦେଖୁ ନିଆ ଗାଡିକୁ ସମ୍ପୁଣ୍ଣ ଭାବେ ବ୍ୟାପି ଯାଇଥିଲା । ତେବେ କିଭଳି ଗାଡିରେ ନିଆ ଲାଗିଲ‍ା ତାହା ସ୍ପଷ୍ଟ ଜଣାପଡିନି । ଘଟଣା ସ୍ଥଳକୁ ଶାସନ ପୋଲିସ ସ୍ଥଳକୁ ପହଞ୍ଚି ଅଧିକ ଛାନ ଭିନ ଚଲାଇଛି ।