ବିଶ୍ୱ ତମାଖୁ ବର୍ଜନ ଦିବସ: ସାବଧାନ! ଗୁଟଖା, ତମାଖୁ ନେଉଛି ଜୀବନ

1
114
ବିଶ୍ୱ ତମାଖୁ ବର୍ଜନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୩୧/୦୫) : ଧୂଆଁ ନେଉଛି ଜୀବନ । ଅସନ୍ତୁଳିତ ଜୀବନ, ଅସହ୍ୟ ଯନ୍ତ୍ରଣାର କାରଣ ଟବାକୋ । ସଭ୍ୟ, ଶିକ୍ଷିତ ସମାଜକୁ ସଚେତନ କରିବାକୁ ପାଳନ ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ ।

କ୍ଷଣିକ ଉତ୍ତେଜନା ପାଇଁ କୁଅଭ୍ୟାସର ବଶତଃ କର୍କଟ ଭଳି ମାରାତ୍ମକ ରୋଗର ଶିକାର ହେଉଛନ୍ତି ଜନତା । ଏବେବି ବଜାରରେ ଖୁଲମଖୁଲା ବିକ୍ରି ହେଉଛି ଗୁଟଖା, ସିଗାରେଟ । ସରକାର ନାମକୁ ମାତ୍ର ବ୍ୟାନ୍ ଘୋଷଣା କରିଥିଲେ ବି ବେଆଇନ ବିକ୍ରି ଉପରେ ଲଗାମ ଲଗାଇବାରେ ବିଫଳ ହୋଇଛନ୍ତି । କଠୋର କାର୍ଯ୍ୟାନୁଷ୍ଠାନ ଅଭାବରୁ ଯୁବପିଢି ନିଶା କବଳରେ ପଡି ଜୀବନ ହାରୁଛନ୍ତି । ୧୯୮୭ ମସିହାରୁ ପ୍ରତିବର୍ଷ ମେ ୩୧ରେ ପାଳିତ ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ । ତମ୍ବାଖୁ ସେବନର ଭୟାବହତା ଦର୍ଶାଇବା ସହିତ ଲୋକଙ୍କୁ ନିଶା ବର୍ଜନ ପାଇଁ ସଚେତନ କରାଯାଉଥିଲେ ମଧ୍ୟ ଉଦ୍ୟମ ସଫଳ ହୋଇପାରିନାହିଁ । ପ୍ରତିବର୍ଷ ତମ୍ବାଖୁ ସେବନ ବଢ଼ିବା ସହ କର୍କଟ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ନିଶା ଯୋଗୁଁ ଅନେକ ସଂସାର ଉଜୁଡ଼ିବା ସହ ଘର ଭାଙ୍ଗୁଛି । ବିଶ୍ୱ ତମାଖୁବର୍ଜନ ଦିବସ ଅବସରରେ ବାଲୁକାକଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ SAY NO TO TOBACCO ର ବାର୍ତ୍ତା ଦେବା ସହ ନିଶାମୁକ୍ତି ଅଭିଯାନରେ ସାମିଲ ହେବାକୁ ବିଶ୍ୱବାସୀଙ୍କୁ ଉତ୍ସାହିତ କରିଛି ।

1 COMMENT

Comments are closed.