କମ୍ପ୍ୟୁଟର ଶିକ୍ଷା ଦେବା କହି ଏଚ ଡି ଏଫ ସି ବ୍ୟାଙ୍କରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

0
89
କମ୍ପ୍ୟୁଟର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୩୧/୦୫) : କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଅଭିନବ ଉପାୟରେ ଛାତ୍ରମାନଙ୍କ ଠାରୁ ଟଙ୍କା ହଡପ କରାଯାଇଛି । ପ୍ରଥମେ କମ୍ପ୍ୟୁଟର ଶିକ୍ଷା ଦେବା ସହ ପାର୍ଟଟାଇମି କାର୍ଯ୍ୟରେ ଛାତ୍ରଙ୍କୁ ନିୟୋଜିତ କରାଇଦେବା କହିଥିଲେ ।

କମ୍ପ୍ୟୁଟର ଶିକ୍ଷା ଦେବା କହି ଏଚ ଡି ଏଫ ସି ବ୍ୟାଙ୍କରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା । ଏହାପରେ ଚଞ୍ଚକତାର ସହ ଏହି ଛାତ୍ରମାନଙ୍କ ଏଚ ଡ଼ି ଏଫ ସି ବ୍ୟାଙ୍କରୁ କ୍ରେଡିଟି କାଡ଼ କରି ଲକ୍ଷାଧିକ ଟଙ୍କା ଅଭିନବ ଉପାୟରେ ହଡ଼ପ କରିଥିଲେ । ଯାହାକୁ ନେଇ ସାଲେପୁର ଥାନାରେ ଛାତ୍ରମାନେ ଅଭିଯୋଗ କରିଥିଲେ । ଛାତ୍ରମାନେ ହେଲେ ମାହାଙ୍ଗା, ନିଶ୍ଚିନ୍ତକୋଇଲି ଓ ସାଲେପୁର ଥାନା ଅଞ୍ଚଳର ମାନସରଞ୍ଜନ ପରିଡା, ଅମରେନ୍ଦ୍ର ଦାସ, ଶୁଭେନ୍ଦୁ ତ୍ରିପାଠୀ, ଚନ୍ଦନ ପ୍ରସାଦ କବି । ଏହିପରି ଭାବେ ୧୦ ଜଣ ଛାତ୍ର ଗୋକୁଳ ସେଲ୍ସେ ଆଣ୍ଡ ସର୍ଭିସେସ ମାଲିକ ପ୍ରବୀର କୁମାର ମହାନ୍ତିଙ୍କ ନାମରେ ଅଭିଯୋଗ କରିଛନ୍ତି । ଠକାମୀର ଶିକାର ହୋଇଥିବା ଛାତ୍ରମାନେ ସମ୍ପୃକ୍ତସଂସ୍ଥାର ମାଲିକ ଓ ଏଚ ଡ଼ି ଏଫ ସି ବ୍ୟାଙ୍କର କର୍ମଚାରୀମାନଙ୍କ ବିରୁଦ୍ଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଅଭିଯୋଗପରେ ପୋଲିସ ତଦନ୍ତ ଆରମ୍ଭ କରିଥିବାନେଇ ସୂଚନାମିଳିଛି । ଏପଟେ ଗୋକୁଳ ସେଲ୍ସେ ଆଣ୍ଡ ସର୍ଭିସେସ ମାଲିକ ପ୍ରବୀର କୁମାର ମହାନ୍ତିଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିଥିବାବେଳେ ପ୍ରତିକ୍ରିୟା ମିଳିପାରିନାହିଁ ।