ଦୁଇ ଭାଇ ଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ, ଜଣେ ମୃତ

0
92
ଦୁଇ ଭାଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୨୯/୦୫) : ପୂର୍ବ ଶତ୍ରୁତାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । ଦୁଇ ଭାଇ ଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ ।

ଖୋର୍ଦ୍ଧା ବୋଲଗଡ ବ୍ଲକ ସାନକୁମାରୀ ଗାଁରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଦୁଇ ଭାଇ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ସାନକୁମାରୀ ଗାଁ’ର ବିକ୍ରମ ରାଉତ ଗାଁ’ର ମଙ୍ଗଳା ମନ୍ଦିର ନିକଟରେ ଛିଡା ହୋଇଥିବା ସମୟରେ ଦୁଇଜଣ ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ତା’ପରେ ପାଖରେ ଥିବା ସାନଭାଇ ବିପିନ ରାଉତ ଘଟଣା ସ୍ଥଳରୁ ଦୌଡି ପଳାଉଯାଉଥିବା ବେଳେ ନିକଟସ୍ଥ ସୁନାଖଳା ରାସ୍ତାର ବ୍ରିଜ ପାଖରେ ଥିବା ଏକ ଦୋକାନ ସମ୍ମୁଖରେ ତାକୁ ବି ଦୁର୍ବୃତ୍ତମାନେ ଧାରୁଆ ଖଣ୍ଡାରେ ହାଣି ପକାଇଥିଲେ ।

ବଡ଼ ଭାଇ ବିକ୍ରମକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ପଠା ଯାଇଥିବା ବେଳେ, ସାନଭାଇ ବିପିନର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ତେବେ ହତ୍ୟାକାଣ୍ଡ ଘଟାଇ ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିବା ବେଳେ ପୂର୍ବ ଶତୃତାକୁ ନେଇ ଏପରି ହତ୍ୟାକାଣ୍ଡ ଘଟିଛି ବୋଲି କୁହାଯାଉଛି । ତେବେ ଆକ୍ରମଣ ହୋଇଥିବା ଏବଂ ଆକ୍ରମଣକାରୀ ଉଭୟ ସାନକୁମାରୀ ଗାଁ’ର ବୋଲି ସୂଚନା ମିଳିଛି । ବୋଲଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।