ବୋଲେରୋ ବସ୍ ମୁହାଁମୁହିଁ ଧକ୍କା ଅଳ୍ପକେ ରକ୍ଷା ପାଇଲେ ଯାତ୍ରୀ

0
99
ବୋଲେରୋ ବସ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୨୯/୦୫) : ରାଇସିଂ ଘାଟିରେ ବୋଲେରୋ ବସ୍ ମୁହାଁମୁହିଁ । ଅଳ୍ପକେ ରକ୍ଷା ପାଇଲେ ଯାତ୍ରୀ । ଏଭଳି ଦୂର୍ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ରାଇସିଂ ଘାଟିରେ ।

ବୋଲେରୋ ବସ୍ ମୁହାଁମୁହିଁ ଧକ୍କା ଅଳ୍ପକେ ରକ୍ଷା ପାଇଲେ ଯାତ୍ରୀ । ଗୋଟିଏ ବିକ୍ରାନ୍ତ ନାମକ ଘରୋଇବସ୍ ଯାହାକି ଦରୀଙ୍ଗିବାଡି ପଟୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଗୋଟିଏ ବୋଲେରୋଗାଡ଼ି ମୋହନା ପଟୁ ବିରିକୋଟ ଗ୍ରାମ ଅଭିମୁଖେ ଆସୁଥିବା ବେଳେ ଏଭଳି ଦୂର୍ଘଟଣା ଘଟିଛି । ବୋଲେରୋ ଗାଡ଼ି ଟି ବସ ର ଡାହାଣ ପାର୍ଶ୍ଵରେ ଘଷି ହୋଇ ପଛ ଚକାରେ ପିଟି ହେବା ଫଳରେ ଉଭୟ ବସ ଓ ବୋଲେରୋର ଚକା ଫାଟିଯିବା ସହ ବୋଲେରୋ ଗାଡ଼ିଟି ଅଧିକ ଭାଙ୍ଗି ରୁଜି ଯାଇଛି । ତେବେ ବସ ରେ ୫୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିବା ବେଳେ ବୋଲେରୋଗାଡ଼ି ରେ ମଧ୍ୟ ଡ୍ରାଇଭର ସହ ମୋଟ ୪ ଜଣ ଥିଲେ । ତେବେ ଉଭୟ ଗାଡ଼ିର ଯାତ୍ରୀ ମାନେ ଅଳ୍ପକେ ରକ୍ଷାପାଇଯାଇଛନ୍ତି, ସୁରକ୍ଷିତ ଥିବା ଜଣାପଡିଛି । ଖବର ପାଇ ମୋହନା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।