ସିନିଅର ମ୍ୟାନେଜର ନଦୀରେ ଗାଧୋଉଥିବାବେଳେ ବୁଡିଯାଇ ମୃତ୍ୟୁ

0
91
ସିନିଅର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୨୯/୦୫) : ନଦୀରେ ଗାଧୋଇବାବେଳେ ବୁଡ଼ି ଯାଇ ଚାଲିଗଲା ଜୀବନ । ନବରଙ୍ଗପୁର- ଜୟପୁର ରେଲୱେ ରାସ୍ତା ନିର୍ମାଣର ଟେଣ୍ଡର ନେଇଥିବା କମ୍ପାନିର ସିନିଅର ମ୍ୟାନେଜର ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇ ତାଙ୍କର ମୃତ୍ୟୁ ହୋଇଛି ।

ନବରଙ୍ଗପୁର ସହର ଉପକଣ୍ଠରେ ଥିବା ଇନ୍ଦ୍ରାବତୀ ନଦୀରେ ନିର୍ମାଣ ହୋଇଥିବା ଚେକ୍‌ ଡ୍ୟାମରେ ଘଟିଛି ଏ ଅଘଟଣ । ନବରଙ୍ଗପୁର – ଜୟପୁର ରେଲୱେ ରାସ୍ତା ନିର୍ମାଣ ପାଇଁ ରେଲୱେ ବ୍ରିଜର ସର୍ଭେ କରିବାକୁ ଆସିଥିବା “ଆର. କେ ଇନଫ୍ରା” ନାମକ କମ୍ପାନୀର ସିନିଅର ମ୍ୟାନେଜର ଦୁର୍ଗେସ ବ୍ରମଃଭଟ୍ଟ ଗାଧୋଇବା ପାଇଁ ଇନ୍ଦ୍ରାବତୀ ନଦୀର ଚେକ ଡ୍ୟାମ ନିକଟକୁ ଯାଇଥିଲେ । ଗାଧୋଇବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା, ସେ ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।