ନବ ନିର୍ମିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା

0
376
ନବ ନିର୍ମିତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୯/୫) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନାରାୟଣ ପୁର ଗ୍ରାମ ପଞ୍ଚାୟତ ସରକାରୀ କୃଷି ଫାର୍ମ ନିକଟରେ ଥିବା ଶ୍ରୀ ରାମଲିଙ୍ଗେଶ୍ୱର ନିକଟରେ ନବ ନିର୍ମିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ହୋଇଛି ।WhatsApp Image 2023 05 29 at 10.04.20 ନବ ନିର୍ମିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା

ଏହି ନବ ନିର୍ମିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ସମାରୋହରେ ହଜାର ହଜାର ଭକ୍ତ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ପ୍ରତିଷ୍ଠା ପାଇଁ ପ୍ରଥମେ କଳସ ଯାତ୍ରା କରି ରୀତିନୀତି ଅନୁଯାୟୀ ପୂଜାର୍ଚନା କରିବା ପରେ ପୁଣ୍ୟତୋୟା ସ୍ଥାନୀୟ ସୀତାପୁର ନାଳ ଠାରୁ ପାଣି ଧରି ମହିଳା ଓ ପୁରୁଷ ମାନେ କଳସ ଯାତ୍ରା ଆରମ୍ଭ କରିଥିଲେ । ଏଥିରେ ଶ୍ରୀ ରାମଲିଙ୍ଗେଶ୍ୱର ମନ୍ଦିର ପରିଚାଳନା କମିଟିଦ୍ଵାରା ପ୍ରତିଷ୍ଠା ଉତ୍ସବ ଓ କଳସ ଯାତ୍ରା ର ମୁଖ୍ୟ ଆକର୍ଷଣ ପାଲଟିଥିବା ବେଳେ ବ୍ଲକର ବିଭିନ୍ନ ଗ୍ରାମ ତଥା ଆଖପାଖ ଅଞ୍ଚଳର ଲୋକ ଙ୍କ ସମେତ ବ୍ଳକ ବାହାର ରୁ ମଧ୍ୟ ହଜାର ହଜାର ମାତ୍ରାରେ ଭକ୍ତ ଶ୍ରଦ୍ଧାଳୁଙ୍କ ସହିତ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଏହି ଉତ୍ସବରେ ସହଯୋଗ କରି ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରତିଷ୍ଠା ଉତ୍ସବ ୨୬ତାରିଖ ଅଙ୍କୁରାରୋପଣ, କାଲସ ଯାତ୍ରା, ୨୭ ତାରିଖ ଶାଖାସଂସ୍କାର, ସୂର୍ଯ୍ୟ ପୂଜା, ମଣ୍ଡଳାଦି ଦେବତା ପୂଜା, କୁଣ୍ଡ ସଂସ୍କାର, ଅଗ୍ନି ସ୍ଥାପନ ଓ ହୋମ।୨୮ ତାରିଖ ରତ୍ନ ମୁଦ, କାରୁଶାଳାକର୍ମ, ମହା ସ୍ନାନ, ପ୍ରାଣ ପ୍ରତିଷ୍ଠା। ୨୯ ତାରିଖ ମନ୍ଦିର ଅଧିବାସ, ପିଣ୍ଡିକା ସଂସ୍କାର, ବିଗ୍ରହ ସ୍ଥାପନ, ହୋମ, ପୂର୍ଣ୍ଣାହୁତି । ୩୦ ତାରିଖ ସାମୁହିକ ରୁଦ୍ରା ଅଭିଷେକ, ସହିତ ୧୦୮ ଦମ୍ପତି ଙ୍କ ହୋମଯଜ୍ଞ, କୁମକୁମ ପୂଜା । ୩୧ ତାରିଖ ସାମୁହିକ ଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କ ୧୦୮ ଦମ୍ପତି ଙ୍କ ବ୍ରତ ସହିତ ହୋମ ଯଜ୍ଞ । ଜୁନ ୧ ତାରିଖ ଶ୍ରୀ ରାମଲିଙ୍ଗେଶ୍ୱର ସ୍ୱାମୀଙ୍କ ଙ୍କ ଚଳନ୍ତି ବିଗ୍ରହ ମୂର୍ତ୍ତି ପ୍ରତିଷ୍ଠା,ଘଣ୍ଟ ସ୍ତମ୍ଭ ପ୍ରତିଷ୍ଠା ଓ ଶିବ ପାର୍ବତୀଶାନ୍ତି କଲ୍ୟାଣ ଉତ୍ସବ ପାଳନ କରାଯିବ ୭ ଦିନ ଧରି କାର୍ଯ୍ୟ କ୍ରମ କରାଯାଇ ଥିବା ବେଳେ ଆସୁଥିବା ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ତା କମିଟି ତରପରୁ କରାଯାଇ ଅଛି ।

ଏହି କାର୍ଯ୍ୟକ୍ରମ ରେ ମନ୍ଦିର ପରିଚାଳନା କମିଟିର ସଭାପତି ଲକ୍ଷ୍ମୀ ନାରାୟଣ ପୂଜାରୀ, ସମ୍ପାଦକ ଏ ହରିଶଙ୍କର ରାଓ କୋଷାଧ୍ୟକ୍ଷ ଲଚମ ପତି କାଡ୍ରାକା ଉପ ସଭାପତି ନାରୀ ଟିଆକା ମନ୍ଦିର ପରିଚାଳନା କମିଟିର ଅକ୍ଷୟ କୁମାର ପିଡ଼ିସିକା, ନରେନ୍ଦ୍ର କୌଶଲ୍ୟା, ଜେ ବାଙ୍ଗାରି, ରାଧାକୃଷ୍ଣ ପଣ୍ଡା, ପ୍ରଦୀପ ପଣ୍ଡା, ଏନ ମୁକେଶ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଙ୍କ ସହଯୋଗ ରେ କାର୍ଯ୍ୟ କ୍ରମ ହେଉଥିବା କହିଛନ୍ତି । ମୁଖ୍ୟ ପୂଜକ ଅନନ୍ତ ରଥ ରାୟଗଡା ମୁଖ୍ୟ କର୍ତା ମାଣିକ ସ୍ଵାମୀ କାଡ୍ରାକା ରହିଥିବା ବେଳେ ମୋଟ ୧୨ ଟି ଅଷ୍ଟପ୍ରହରି ଦଳ ଆସି ନାମ କୀର୍ତନ କରିଥିଲେ ।