ପଦ୍ମପୁର ପୋଲିସ ଦ୍ଵାରା ୨୫୯ କେଜି ଗଞ୍ଜେଇ ସହ ମିନି ଟ୍ରକ ଜବତ, ଦୁଇ ଗିରଫ

0
214
ପଦ୍ମପୁର ପୋଲିସ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୮/୫) : ପଦ୍ମପୁର ପୋଲିସ କୁ ମିଳିଛି ବଡ ସଫଳତା । ହେମନ୍ତ କୁମାର ବରିହା ତାଙ୍କ ଷ୍ଟାଫ୍ ସହ ଅପରାହ୍ନ ପ୍ରାୟ ୪ଟା ସମୟରେ ପେଟ୍ରୋଲିଂ କରୁଥିବା ବେଳେ ଅଡବା ପଟୁ ଏକ ମାଟିଆ ରଙ୍ଗର ମିନି ଟ୍ରକ ନମ୍ବର KL 08 BY 5521 ଦୃତ ଗତିରେ ଆସୁଥିବାରୁ ଅଟକାଇଥିଲେ ।

ଯାଞ୍ଚ ସମୟରେ ୧୦ ଟି ଧଳା ଓ ହଳଦିଆ କଲର ବସ୍ତାରେ ଗଞ୍ଜେଇ ଥିବାର ଦେଖାଯାଇଥିଲା । ପଦ୍ମପୁର ପୋଲିସ ଏନ ଏଚ ୩୨୬ କେନ୍ଦୁଗୁଡା ଫାଣ୍ଡି ନିକଟରୁ ମିନି ଟ୍ରକ ସହ ୨୫୯ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ଠାରୁ ଦୁଇଟି ମୋବାଇଲ ଫୋନ, ୧୩୩ ଟି ପ୍ଲାଷ୍ଟିକ ଟ୍ରେ ସହ ୫୦୦୦ ଟଙ୍କା ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ସୂଚନା ମୁତାବକ ଗଞ୍ଜେଇ ମାଫିଆ ମାନେ ବର୍ତମାନ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରିବାର ଦେଖିବାକୁ ମିଳୁଛି । ଉକ୍ତ ଗଞ୍ଜେଇ କେରଳ କୁ ଚୋରା ଚାଲାଣ ହେଉଥିବା ସୂଚନା ମିଳିଛି । ଅଭିଯୁକ୍ତ ଦୁଇଜଣ ହେଲେ ରଥେସ କେ କେ (୩୩) ଓ ନୈ।ସାଦ କେ (୩୭) ଉଭୟ କେରଳ ଅଞ୍ଚଳର । ଏ ସମ୍ପର୍କରେ ପଦ୍ମପୁର ଥାନାରେ ଏନ ଡି ପି ଏସ ଆକ୍ଟ ରେ କେସ ନମ୍ବର ୮୬ ଏକ ମାମଲା ରୁଜ୍ଜୁ ହୋଇଛି । ଏସ୍ ଆଇ ଛବିନ୍ଦ୍ର ସେଠି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।