ଆଇପିଏଲ ଫାଇନାଲରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ-ଚେନ୍ନାଇ ସୁପର କିଙ୍ଗ

1
104
ଆଇପିଏଲ ଫାଇନାଲରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୮/୦୫) : ସୁପର ସନଡେରେ ହାଇଭୋଲଟେଜ୍ ମ୍ୟାଚ୍ । ଆଜି ଆଇପିଏଲ ଫାଇନାଲରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ-ଚେନ୍ନାଇ ସୁପର କିଙ୍ଗ

ଘରୋଇ ଷ୍ଟାଡିୟମରେ ଦମ ଦେଖାଇବ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ, ସେପଟେ ଆଇପିଏଲ ଫାଇନାଲରେ ବାଜି ମାରି ୫ ମ ଥର ଟାଇଟଲ୍ ହାତେଇବାକୁ ଫୁଲ୍ ରେଡ୍ଡି ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ୍ । ୪ ଥରର ବିଜେତା ସିଏସକେ ଗୁଜରାଟ ମୋଟେରା ଷ୍ଟାଡିୟମରେ ଇତିହାସ ରଚିବା ସହ କ୍ୟାପଟେନ ଧୋନୀଙ୍କୁ ବିଦାୟୀ ଉପହାର ଦେବା ଲକ୍ଷରେ ରହିଛି । ଅପରପକ୍ଷରେ ଚେନ୍ନାଇର ଏହି ପ୍ଲାନକୁ ଫ୍ଲପ୍ କରିପାରନ୍ତି ଗୁଜରାଟର ଶୁଭମନ୍ ଗିଲ୍ । ଶୁଭମନ୍ ଏବେ ଫୁଲ୍ ଫର୍ମରେ ରହିଥିବା ବେଳେ ଫାଇନାଲ ମ୍ୟାଚରେ ସିଏସକେର ମୁଣ୍ଡ ବିନ୍ଧାର କାରଣ ପାଲଟିପାରନ୍ତି । ସେହିରି ମୋଟୋରା ଗୁଜରାଟର ଘରୋଇ ଷ୍ଟାଡିୟମ ହୋଇଥିବା ବେଳେ ଏଠାରେ ଦଳର ବିଶେଷ ପ୍ରଭାବ ରହିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ତେବେ ଆଇପିଏଲ ଷୋଡଶ ସଂସ୍କରଣରେ କିଏ ବିଜେତା ହେଉଛି ତାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି।

1 COMMENT

Comments are closed.