Friday, August 14, 2020
Home Government News ସରକାରୀ ଅର୍ଥକୁ ଆତ୍ମସାତ କରିଦେଲେ ପୋଲିସ କର୍ମଚାରୀ

ସରକାରୀ ଅର୍ଥକୁ ଆତ୍ମସାତ କରିଦେଲେ ପୋଲିସ କର୍ମଚାରୀ

ରିପୋର୍ଟ: ପ୍ରଦୀପ ପାତ୍ର //
ଗୁଣୁପୁର(୦୯/୦୫): ସରକାରୀ ଅର୍ଥକୁ ମିଳିମିଶି ଚଳୁ କରିଦେଲେ ପୋଲିସ ବାବୁ । ନିଜ କାର୍ଯ୍ୟାଳୟର ବୈଷୟିକ କୌଶଳକୁ ପ୍ରୟୋଗ କରି ଖାଇଗଲେ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଭାମିନି ଠାରେ ଥିବା ସେକେଣ୍ଡ IRBN ପୋଲିସ କ୍ୟାମ୍ପରୁ |

ସୂଚନା ଅନୁଯାୟୀ IRBN ପୋଲିସର ତିନି ଜଣ ସିପାହୀ କାର୍ଯ୍ୟାଳୟ ଆକାଉଣ୍ଟ ସେକ୍ସନରେ କାର୍ଯ୍ୟ କରନ୍ତି । ସରକାରଙ୍କ ତରଫରୁ ମିଳୁଥିବା DA ଓ SIP ଭତ୍ତା ବାବଦ ଟଙ୍କାକୁ କାର୍ଯ୍ୟାଳୟର HRMS ID ଓ ପାସୱାର୍ଡ ବ୍ୟବହାର କରି ଗତ ସେପ୍ଟେମ୍ବର ୨୦୧୯ ରୁ ଫେବୃଆରୀ ୨୦୨୦ ମଧ୍ୟରେ ତିନି ଜଣ ସିପାହୀ ନିଜ ନିଜ ଆକାଉଣ୍ଟକୁ ମୋଟ ୩ଲକ୍ଷ ୪୫ ହଜାର ୮୦୨ ଟଙ୍କା ଟ୍ରାନ୍ସଫର କରିଥିଲେ । ଏନେଇ IRBN କମାଣ୍ଡେଣ୍ଟ ଦିଲୀପ କୁମାର ମହାପାତ୍ର ଗୁଣୁପୁର ଥାନାରେ ଅଭିଯୋଗ ଦାଖଲ କରିଥିଲେ ।

ପୋଲିସ ଏନେଇ ଖୋଳତାଡ଼ କରିବା ପରେ ଏଥିରେ ସଂପୃକ୍ତ ଥିବା ତିନି ଜଣ ସିପାହୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ଗୁଣୁପୁର ଏସଡ଼ିପିଓ ରାଜକିଶୋର ଦାସ ସୂଚନା ଦେଇଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: