ଗୁଣପୁରରେ ପ୍ରବାହିତ ବଂଶଧାରା ନଦୀରୁ ଅଚିହ୍ନା ଶବ ଉଦ୍ଧାର

0
304
ଗୁଣପୁରରେ ପ୍ରବାହିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୮/୫) : ରାୟଗଡ଼ା ଜିଲ୍ଲାର ଗୁଣପୁରରେ ପ୍ରବାହିତ ବଂଶଧାରା ନଦୀର କୁମ୍ଭାର ସାହି ଘାଟରୁ ଏକ ଅଜଣା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ସ୍ଥାନୀୟ ଲୋକମାନେ ଗୁଣପୁରରେ ପ୍ରବାହିତ ବଂଶଧାରା ନଦୀର କୁମ୍ଭାର ସାହି ଘାଟରେ ଏକ ଶବ ପଡିଥିବାର ଦେଖି ସଙ୍ଗେ ସଙ୍ଗେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ରଖାଯାଇଛି । ଆଜି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଏସ ଡି ପିଓ ବିକାଶ ରଞ୍ଜନ ବେହୁରା ସୂଚନା ଦେଇଛନ୍ତି । ମୃତ ବ୍ୟକ୍ତି ଜଣକ ଦିବ୍ୟାଙ୍ଗ, ତାଙ୍କର ଡାହାଣ ଗୋଡ ନଥିବା ବେଳେ ସେ ଆଶାବାଡି ସାହାଯ୍ୟରେ ଗୁଣପୁର ଅଞ୍ଚଳରେ ବୁଲାବୁଲି କରୁଥିଲେ ବୋଲି ଲୋକେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଗୁଣପୁର ଅଞ୍ଚଳରେ ବାହାର ରାଜ୍ୟରୁ ଶହଶହ ଲୋକ ବ୍ୟାପାର କରିବାକୁ ଆସିଥାନ୍ତି ।

ସେମାନଙ୍କ ସଂପର୍କ କୌଣସି ତଥ୍ୟ ପ୍ରଶାସନ ନିକଟରେ ରହୁ ନଥିବା ବିଡ଼ମ୍ବନାର ବିଷୟ । ଫଳରେ ଚୋରି ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ପୋଲିସ ମୃତ ବ୍ୟକ୍ତି ଜଣଙ୍କର ପରିଚୟ ଖୋଜୁଥିବା ବେଳେ, ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ତଦନ୍ତ ଜାରି ରଖିଛି, ତେବେ ଏହି ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜିବାରେ ପୋଲିସ କେତେ ସଫଳ ହେଉଛି ଦେଖିବାକୁ ବାକି ରହିଲା ।