Saturday, August 8, 2020
Home District News କରୋନା ମାଡ ବେଳେ ଅଫ୍ ଲାଇନ୍ ଟେଣ୍ଡର କରି ଏସଡିଓ,ଜେଇ ଓ ଠିକାଦାର ପିସିରେ ମାଲେ...

କରୋନା ମାଡ ବେଳେ ଅଫ୍ ଲାଇନ୍ ଟେଣ୍ଡର କରି ଏସଡିଓ,ଜେଇ ଓ ଠିକାଦାର ପିସିରେ ମାଲେ ମାଲ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (ତା ୯/୦୫): ସାରା ଦେଶରେ କରୋନା ମାଡ ବେଳେ ଲୋକେ ଜୀବିକା ହରାଇ ବସିଥିବା ବେଳେ ପଦ୍ମପୁର ସବଡ଼ିଭିଜନ ରେ ଅଫ୍ ଲାଇନ୍ ଟେଣ୍ଡର ଜରିଆରେ ଠିକାଦାର ମାନଙ୍କୁ ଡାକି ପଦ୍ମପୁର ସବଡ଼ିଭିଜନ ରେ କୋଟି କୋଟି ଟଙ୍କାର ଠିକା ଦିଆଯାଇ ପିସି କାରବାର କରି ଏସଡିଓ,ଜେଇ ଓ ଠିକାଦାର ମାନେ ମାଲେ ମାଲ ହେଉଥିବା ଦୃଷ୍ଟି ଗୋଚର ହୋଇଛି ।

ରାଜ୍ୟ ଗ୍ରାମ୍ଯ ଉନ୍ନୟନ ବିଭାଗର କଡା ନିର୍ଦ୍ଦେଶକୁ ବେଖାତିର କରି ପଦ୍ମପୁର ସବଡ଼ିଭିଜନ ରେ ଗୋଟିଏ ଗୋଟିଏ କାମକୁ ୫ ଲକ୍ଷର ଅଫ୍ ଲାଇନ୍ ଟେଣ୍ଡର କରି ଜଣେ ଜଣେ ଠିକାଦାର ମାନଙ୍କୁ ୩୦ ରୁ ୪୦ ଲକ୍ଷ ଟଙ୍କାର ଠିକା ପ୍ରଦାନ କରାଯାଇଛି । ଠିକ୍ ସେହିଭଳି ପିଡ୍ଯୁଡି ବିଭାଗରେ ମଧ୍ୟ ଅଫ୍ ଲାଇନ୍ ଟେଣ୍ଡର ଜରିଆରେ ୧ କୋଟି ଟଙ୍କା ର ଠିକା ବାଣ୍ଟି ଦିଆଯାଇଛି । NRHM ବିଭାଗରେ ପଦ୍ମପୁରରେ ପ୍ରାୟ ୧ କୋଟି ଟଙ୍କା ମଧ୍ୟ ଅଫ୍ ଲାଇନ୍ ଟେଣ୍ଡର କରାଯାଇ ନିର୍ଦ୍ଧିଷ୍ଟ ଠିକାଦାର ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଠିକା ପ୍ରଦାନ କରାଯାଇଛି । ଏ ସଂପର୍କରେ ଗ୍ରାମ୍ଯ ଉନ୍ନୟନ ବିଭାଗକୁ ପଚାରିଲେ ତାଙ୍କ ପାଖରେ କେତେ ଟଙ୍କାର କାମ ହେଉଛି ତାର କୌଣସି ତଥ୍ଯ ଦେଉ ନାହାନ୍ତି ।

NRHM ଜେଇ ସୁରେଶ ମେହେରଙ୍କୁ ପଚାରିବାରୁ ଉପରୁ ଯାହା ନିର୍ଦ୍ଦେଶ ହେଉଛି ଆମେ ସେପରି କରୁଛୁ ବୋଲି କହି କୌଣସି ତଥ୍ଯ ଦେବାକୁ ମନା କଲେ । କାହା ସାହାସରେ ଏଭଲି କୋଟି କୋଟି ଟଙ୍କାର ଅଫ୍ ଲାଇନ୍ ଟେଣ୍ଡର କରି ରାଜକୋଷର ଅର୍ଥକୁ ପିସି ଜରିଆରେ ଏ ମାନେ ଭାଗବାଣ୍ଟି ଖାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । କରୋନା ମାଡରେ ଲୋକେ ଜୀବିକା ହରାଇଥିବା ବେଳେ ବିନା କାମରେ କୋଟି କୋଟି ଟଙ୍କା ଲୁଟର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: