Friday, March 29, 2024

Top 5 This Week

Related Posts

୧୦ କ୍ୱିଣ୍ଟାଲ ଚୋରା କୋଇଲା ଜବତ କଲା ଛେଣ୍ଡିପଦା ପୋଲିସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୨୭/୦୫) : ୧୦ କ୍ୱିଣ୍ଟାଲ ଚୋରା କୋଇଲା ଜବତ ହେବା ସହ ୪ ଜଣଙ୍କୁ ଗିରଫ କରିଛି ଛେଣ୍ଡିପଦା ଥାନା ପୋଲିସ ।

କୋଶଳା ପଥର ନାଳ ନିକଟରେ ଚଢାଉ କରି ୪ଟି ସ୍କୁଟର ଓ ଗୋଟିଏ ବାଇକ୍ ରୁ ୧୦ କ୍ୱିଣ୍ଟାଲ ଚୋରା କୋଇଲା ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଛେଣ୍ଡିପଦା ଥାନା ପୋଲିସ ବାଇକ୍ ରେ ବେଆଇନ ଭାବେ ଚୋରା କୋଇଲା ଚାଲାଣ ହେଉଥିବା ଖବର ପାଇ କୋଶଳା -କୁମୁଣ୍ଡା ଯାଇଥିବା ରାସ୍ତାର ପଥରନାଳ ନିକଟରେ ଛକି ରହିଥିଲେ । ଏହି ସମୟରେ ୪ ଟି ସ୍କୁଟରରେ ଚୋରା କୋଇଲା ବୋଝେଇ ହୋଇ କୁମୁଣ୍ଡା ରୁ କୋଶଳା ଆଡକୁ ଆସୁଥିବା ବେଳେ ପୋଲିସ ୪ ଟି ସ୍କୁଟରକୁ ଅଟକାଇ ଯାଞ୍ଚ କରିଥିଲା । ବେଳେ ଜଣେ ସ୍କୁଟର ଚାଳକ ପୋଲିସକୁ ଦେଖି ଫେରାର ହୋଇଯାଇଥିବା ବେଳେ କୋଶଳା ଗ୍ରାମର ଯାଦବ ନାଏକ ଓ ବିନୟ ବେହେରାକୁ ଗିରଫ କରିବା ସହିତ ୩ଟି ସ୍କୁଟରରୁ ୬କୁଇଣ୍ଟାଲ କୋଇଲା ଜବତ କରିଥିଲେ ।

ସେହପରି ପୋଲିସ କୋଶଳା ଝାରଶୁଗୁଡା ସାହି ନିକଟରେ କୋଇଲା ବୋଝେଇ ହୋଇ କୋଶଳା ଆଡକୁ ଆସୁଥିବା ଗୋଟିଏ ମୋଟର ସାଇକେଲ ଓ ୧ ସ୍କୁଟରକୁ ଅଟକାଇ ଯାଂଚ କରିଥିଲେ । ଯାଞ୍ଚ ବେଳେ ସଠିକ କାଗଜ ପତ୍ର ଦେଖାଇ ନପାରିବାରୁ ପୋଲିସ ଉକ୍ତ ୨ଟି ଗାଡିରୁ ୪କୁଇଣ୍ଟାଲ କୋଇଲା ଜବତ କରିବା ସହିତ କୋଶଳା ଗ୍ରାମର ସୁବାଷ ସାହୁ ଓ ସୁଶାନ୍ତ ପ୍ରଧାନଙ୍କୁ ଗିରଫ କରିଛି । ଏ ନେଇ ଛେଣ୍ଡିପଦା ଥାନାରେ ୧୯୧/୨୩ ଓ ୧୯୨/୨୩ ରେ ଦୁଇଟି ମାମଲା ରୁଜ୍ଜୁ କରିବା ସହିତ ସୁବାଷ, ସୁଶାନ୍ତ, ଯାଦବ ଓ ବିନୟକୁ କୋର୍ଟଚାଲଣ କରିଛି ।

Popular Articles