ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଭାଈ ଭଉଣୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ

0
174
ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୨୭/୦୫) : ରାୟଗଡା ଜିଲ୍ଲା କୋଲନରା ବ୍ଲକରେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଭାଈ ଭଉଣୀ ମାନଙ୍କୁ ନେଇ ଏକ ବୈଠକର ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁଧୀର ଦାସ, ଶ୍ରୀଯୁକ୍ତ ଧବଳେଶ୍ୱର ନାଇଡୁ, ଡ଼କ୍ଟର ଶ୍ରୀଯୁକ୍ତ ରାଜୁ ସାର, ଶ୍ରୀଯୁକ୍ତ ବାଦଲ କୁମାର ତା, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାକେଶ ଚନ୍ଦ୍ର ହିମିରିକା ଏବଂ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଜଳନ୍ଧର ବାଚେଲି ଅତିଥି ଭାବେ ଯୋଗଦେଇଥିଲେ । ଆଗାମୀ ଦିନରେ ଦିବ୍ୟାଙ୍ଗମାନେ କିଭଳି ଭାବରେ ଏକ ହୋଇ ସରକାରୀ ଯୋଜନା ଗୁଡିକ ପାଇଁ ଲଢେଇ କରିବା ଏବଂ ପାଇବା । ଶ୍ରୀଯୁକ୍ତ ସୁଧୀର ଦାସ ଆଗାମୀ କିଛି ଦିନରେ କୋଲନରା ବ୍ଲକ ପାଇଁ ଏକ ଅଫିସ କରିବା ଉପରେ ସମ୍ୟକ ଆଲୋଚନା କରିଥିଲେ । ଦିବ୍ୟାଙ୍ଗ ମାନେ କିଭଳି ସବୁ ସରକାରୀ ଯୋଜନାକୁ ସହଜରେ ପାଇବେ ସେ ବିଷୟରେ କହିଥିଲେ । ଶ୍ରୀଯୁକ୍ତ ନାଇଡ଼ୁ ମଧ୍ୟ ଦିବ୍ୟାଙ୍ଗ ମାନଙ୍କ ପାଇଁ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ଏହି ସମ୍ମିଳନୀକୁ କୋଲନରା ବ୍ଲକ ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର ଓ ତାଙ୍କ ସହକର୍ମୀ ପ୍ରଫୁଲ୍ଲ ବିଡ଼ିକା, ଜାନକୀ ସୁନା, ସଂଜୀ ଗାଣ୍ଟା, ପଦ୍ମାବତୀ ମହାନନ୍ଦିଆ, ବୃନ୍ଦା ଗାଣ୍ଟା, ଜାନକୀ ପାତିକା, ମନରଞ୍ଜନ ସୁନା ଓ ଅନ୍ୟମାନଙ୍କ ସହାୟତାରେ ବୈଠକ ପରିଚାଳନା କରିଥିଲେ । ବୈଠକ ଶେଷରେ ଭୋଜନର ବ୍ୟବସ୍ଥା କରାଯାଇଥିଲା ।