ବିଦ୍ୟୁତ ବିଭାଗର ମନୋମୁଖୀ କାର୍ଯ୍ୟ : ଦାବି ପୂରଣ ନ ହେଲେ ଆନ୍ଦୋଳନ ଧମକ

0
78
ବିଦ୍ୟୁତ ବିଭାଗର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୭/୦୫) : ବିଦ୍ୟୁତ ବିଭାଗର ମନୋମୁଖୀ କାର୍ଯ୍ୟ । ସୁବର୍ଣ୍ଣପୁର ସହରକୁ ଲାଗି ଧୋବାବାହାଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଅବସ୍ଥିତ ।

ଏହି ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି ପରିସରକୁ ଲାଗି ୧୩୨ କେ.ଭି , ୩୩ କେ.ଭି ଓ ୧୧ କେ.ଭି ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ତାର ଛାଇ ହୋଇ ଯିବାସହ ବିଦ୍ୟାଳୟ ପାଚେରୀକୁ ଲାଗି ଏକାଧିକ ବିଦ୍ୟୁତ ଟ୍ରାନ୍ସଫରମର ବସାଯାଇଛି ଯାହା ଦ୍ୱାରା କୋମଳମତି ଶିଶୁମାନଙ୍କ ଜୀବନ ହାନିର ଯଥେଷ୍ଟ ସମ୍ଭାବନା ଅଛି । ବିଦ୍ୟୁତ ବିଭାଗର ମନୋମୁଖୀ କାର୍ଯ୍ୟ କୁ ବିରୋଦ କରିଛନ୍ତି ଗ୍ରାମବାସୀ ଦାବି ପୂରଣ ନ ହେଲେ ଆନ୍ଦୋଳନ ଧମକ । ଅପରପକ୍ଷରେ ଏହି ଗ୍ରାମର ଜଳାଶୟ ଉପରେ ଯାଇଥିବା ୩୩ କେ.ଭି ବିଦ୍ୟୁତ ଲାଇନ ନିକଟ ଅତୀତରେ ଛିଣ୍ଡି ପାଣିରେ ପଡିଥିଲା ଯାହାର ସଂସ୍ପର୍ଶରେ ଆସି ଜଳାଶୟ ପାଣି ୩୦ ଫୁଟ ଉପରକୁ ଉଠି ପଡିଥିଲା । ଭାଗ୍ୟକ୍ରମେ ସେତେବେଳେ କୌଣସି ଗ୍ରାମବାସୀ ଜଳାଶୟରେ ଗାଧୋଉ ନ ଥିଲେ । ନ ହେଲେ ସେଦିନ ଏକ ଭୟାନକ ଅଘଟଣ ଘଟିଥାନ୍ତା । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ନୀତି ଅନୁସାରେ କୌଣସି ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି ପରିସର ମଧ୍ୟରେ ଉଚ୍ଚ ଶକ୍ତି ସଂପନ୍ନ ତାର ଓ ଟ୍ରାନ୍ସଫରମର ରହିବା କଥା ନୁହେଁ । ଯଦି ଥାଏ ତେବେ ତାହା ଯଥା ଶୀଘ୍ର ସ୍ଥାନାନ୍ତର ହେବା କଥା । ମାତ୍ରା ସୁବର୍ଣ୍ଣପୁର ଜିଲ୍ଲା ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଏଥିପ୍ରତି ବାରମ୍ବାର ଆକର୍ଷଣ କରାଯାଉଥିଲେ ମଧ୍ୟ ସେମାନେ ଏ ସମସ୍ୟାପ୍ରତି ସଂପୂର୍ଣ୍ଣ ଆଖିବୁଜି ଦେଉଛନ୍ତି ।

ଅପରପକ୍ଷରେ ‘ପରିସର’ ଶବ୍ଦର ଅର୍ଥ ପ୍ରାଚୀର ମଧ୍ୟରେ ବୋଲି କଦର୍ଥ କରୁଛନ୍ତି I ବାସ୍ତବରେ ‘ପରିସର’ ର ଆଭିଧାନିକ ଅର୍ଥ ହେଉଛି ‘ଆଖପାଖ’ । ଏ ସଂପର୍କରେ ଧୋବାବାହାଲି ଗ୍ରାମବାସୀ ସୁବର୍ଣ୍ଣପୁର ଜିଲ୍ଲାପାଳ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ସ୍ମାରକ ପତ୍ର ପ୍ରଦାନ କଲାପରେ ମଧ୍ୟ ପ୍ରତିକାର ବ୍ୟବସ୍ଥା ହେଉ ନ ଥିବାରୁ ସେମାନେ ଆନ୍ଦୋଳନ କରି ଯଦି ପ୍ରଶାସନ କି ବିଦ୍ୟୁତ ବିଭାଗ ନ ଶୁଣନ୍ତି ଧୋବାବାହାଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କରି ଦେବାକୁ ନିଷ୍ପତ୍ତି କରିଛନ୍ତି । ଗତକାଲି ୨୪ ତାରିଖ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକରେ ଏ ସଂପର୍କରେ ଏକ ସକାରତ୍ମକ ନିଷ୍ପତ୍ତି ଗ୍ରାହଣ କରାଯାଇଥିବାରୁ ଗ୍ରାମବାସୀ ଏହି ଦୀର୍ଘ କାଳୀନ ସମସ୍ୟାର ସମାଧାନ ସକାଶେ ଆଶାବାଦୀ ଅଛନ୍ତି ଏବଂ ମାସକ ମଧ୍ୟରେ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନକୁ ଗ୍ରାମବାସୀ ଅନୁରୋଧ ଜଣାଇଛନ୍ତି । ନହେଲେ ସେମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।