ତାଲୁକ୍ ଲିଗାଲ ସର୍ଭିସ୍ କମିଟି : ବର୍ଜ୍ୟ ବସ୍ତୁ ପରିଚାଳନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
71
ତାଲୁକ୍

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୭/୦୫) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ଖଲିଆପାଲି ପଞ୍ଚାୟତ ସଭା ଗୃହରେ କଣ୍ଟାମାଳ ତାଲୁକ୍ ଲିଗାଲ ସର୍ଭିସ୍ କମିଟି ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଆଜିର ଏହି କାର୍ଯ୍ୟକ୍ରମରେ ସତ୍ୟ ନାରାୟଣ ଦାସ, ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ ତଥା ଚେୟାର ମେନ୍ ତାଲୁକ୍ ଲିଗାଲ ସର୍ଭିସ୍ କମିଟି, ବିଡିଓ କଲା କୃଷ୍ଣ ପ୍ରଧାନ, ଅଜିତ୍ କୁମାର ସେଠୀ,ସହକାରୀ ଯନ୍ତ୍ରୀ ଜଳ ଓ ପରିମଳ ବିଭାଗ , ଆର୍ତ୍ତତ୍ରାଣ ପାଢ଼ୀ, ଜିଲ୍ଲା ପରାମର୍ଶ ଦାତା, ଅର୍ଜୁନ ଦାସ ବି ଆର ସି ଯୋଗ ଦେଇ ବର୍ଜ୍ୟ ବସ୍ତୁ ର ସୁପରିଚାଳନା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ମାଷ୍ଟର ଟ୍ରେନର ରଞ୍ଜନ କୁମାର ପାତ୍ର , କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ପୂର୍ଣ୍ଣ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ରାଧାରାଣୀ ନାୟକ, ବି ଏ ଲ ସି , ଓ ଅଲ୍ ମ୍, ଲକ୍ଷ୍ମୀ ନାୟକ ଦିପାଞ୍ଜଳୀ ଘିବେଲା, ପ୍ରତିମା ଗୁରୁ, ସସ୍ମିତା ବାଘ୍,ସି ଆର ପି ସମେତ ୱାର୍ଡ ସଭ୍ୟ, ସଭ୍ୟା, ସ୍ଵଂୟ ସହାୟିକା ଗୋଷ୍ଠୀ ର ମହିଳା ମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ କୁ ବିକାଶ ସିଂ, ଶ୍ରୀହରି ବାଗ ସହଯୋଗ କରିଥିଲେ l