Saturday, August 8, 2020
Home Corona Lockdown ଶ୍ରୀ ଶ୍ରୀ ନୄସିଂହନାଥ ବୄଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ସହ ନୂତନ ବସ୍ତ୍ର ପ୍ରଦାନ

ଶ୍ରୀ ଶ୍ରୀ ନୄସିଂହନାଥ ବୄଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ସହ ନୂତନ ବସ୍ତ୍ର ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୦୮/୦୫): କରୋନା ଭୂତାଣୁ ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନାକୁ ଦମନ ପାଇଁ ସାରା ଦେଶରେ ତାଲା ବନ୍ଦ । ଏହି ତାଲା ବନ୍ଦ ଗରିବ ଖଟିଖିଆ ତଥା ଦୈନିକ କାମକରି ଚଳୁଥିବା ଲୋକଙ୍କ ପାଇଁ ଏକ କାଳ ସଦୄଶ୍ୟ ହୋଇଯାଇଛି । ଗରିବ ଅସହାୟ ଲୋକ ବହୁ କଷ୍ଟରେ ଦିନ ଅତିବାହିତ କରୁଥିବା ଦେଖିବାକୁ ମିଲୁଛି ।

ଏପରି ଦୟନୀୟ ଅବସ୍ଥା ସମୟରେ ଉକ୍ତ ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇଛନ୍ତି ଦୀପ୍ତୀପୁର ଅଞ୍ଚଳର କିଛି ଯୁବଗୋଷ୍ଠୀ । ଜୟ ଜବାନ କ୍ଳବ ଓ ଜଟାଧାରୀ କ୍ଳବର ମିଳିତ ଉଦ୍ୟମରେ ଟାଳ ପଞ୍ଚାୟତର ଗରିବ ଅସହାୟ ତଥା ଦିନ ମଜୁରିଆ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଦୀର୍ଘ ଦିନ ହେଲା ଏହି ଯୁବଗୋଷ୍ଠୀ ପଦ୍ମପୁରର ବିଭିନ୍ନ ପଞ୍ଚାୟତର ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି । ଆଜି ୧୭ ତମ ଦିନରେ ଏହି ଯୁବଗୋଷ୍ଠୀ ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଠାରେ ଥିବା ବୄଦ୍ଧାଶ୍ରମର ସମସ୍ତ ଅନ୍ତେବାସୀ ମାନଙ୍କୁ ନୂତନ ବସ୍ତ୍ର ସହ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ଏବଂ ସେମାନଙ୍କ ଶୁଖଦୁଃଖ ପଚାରି ବୁଝିଥିଲେ ।

ଏହା ସହ ଏହି ଯୁବଗୋଷ୍ଠୀ ପାଇକମାଲ ବ୍ଳକ ଅନ୍ତର୍ଗତ ପାଇକମାଲ ଗ୍ରାମ ପଞ୍ଚାୟତ ଦଣ୍ତପାଟ, ମାଣ୍ଡିଆଢିପା ଗ୍ରାମ ପଞ୍ଚାୟତ ବଇଦପାଲି, ମାଣ୍ତିଆଢିପା, ଚୁହାପାଲି, ଡୁମ୍ବେରଡିହୀ, ହଲନଦାଦର, କଲରାମାଲ, ମୁଣ୍ତେଲା ଆଦି ଗ୍ରାମର ପ୍ରାୟ ତିନିଶହରୁ ଅଧିକ ଅସହାୟଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଏହି ଶୁଖିଲା ଖାଦ୍ୟ ବଣ୍ଟନରେ ପାଇକମାଲ ତହସିଲଦାର ମନୋଜ ମେହେର, ଝାରବନ୍ଧ ତହସିଲଦାର ଅନିଲ ହୋତା,ଝାରବନ୍ଧ ଅତିରିକ୍ତ ତହସିଲଦାର ପର୍ଶୁରାମ ପଣ୍ଡା,ପାଇକମାଲ ଡିଏସପି ଦିନେଶ ନାଏକ,ପାଇକମାଲ ବ୍ଳକ ଅଧ୍ୟକ୍ଷ ଅଲତାବ୍ବ ମହମ୍ମଦ ଓ ସମାଜସେବୀ ଟାଇଲ ଭୋଇ ଯୋଗଦେଇ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ ।

ଶୁଖିଲା ଖାଦ୍ୟରେ ଚାଉଳ,ଡାଲି,ଚିନି,ଚା,ସୁଜି,ଚୁଡା,ବିସ୍କୁଟ ଓ ଲୁଣ ଦିଆଯାଇଛି । ଯୁବଗୋଷ୍ଠୀଙ୍କ ଏହି ଶୁଖିଲା ଖାଦ୍ୟ ଅସହାୟ ମାନଙ୍କ ପାଇଁ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ହେଉଛି । ଏହି ଶୁଖିଲା ଖାଦ୍ୟ ବଣ୍ଟନରେ ଜଟାଧାରୀ କ୍ଳବ ଟାଳର ଧିରେନ ବିଶ୍ବାଳଙ୍କ ନେତୄତ୍ବରେ ସଞ୍ଜୟ ବଢେଇ,ଡ଼ମ୍ବରୁଧର ପ୍ରଧାନ, ଚତୃ ଭୋଇ, ଅଶ୍ବିନୀ ସାହୁ, ମୁକେଶ ବେରିଆ,ଆନନ୍ଦ ପ୍ରଧାନ, ଦେବାଶିଷ ପ୍ରଧାନ, ଶାନ୍ତନୁ ବଢେଇ, ସୁମନ୍ତ ପ୍ରଧାନ, ଚିନ୍ତାମଣି ପ୍ରଧାନ, ଜ୍ୟୋତିକାନ୍ତ ସାହୁ,ନିଳମଣି ସାହୁ,ନାରାୟଣ ସାହୁ ଓ ଜୟ ଜବାନ କ୍ଳବ ଦୀପ୍ତୀପୁରର ଦୀପ୍ତିକାନ୍ତ ମୁଖିଙ୍କ ନେତୄତ୍ବରେ ରୋଶନ ପାଣିଗ୍ରାହୀ,ବିନୟ ସାହୁ,ପ୍ରେମାନନ୍ଦ ବାରିକ, ଚେତନ ଜେନ,ସୁନିଲ ସାହୁ, ସୁଶିଲ ସାହୁ,ଚନ୍ଦନ ସାହୁ, ରଜତ ସାହୁ, ହାର୍ଷିଦ ଗୋୟଲ,କୁନା ବାରିକ, କଂଗ୍ରେସ ସାହୁ,ଅନିଲ ସାହୁ, ବଣ୍ଟି ଅଗ୍ରୱାଲ, ବବୁଲୁ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: