Friday, August 14, 2020
Home headline ରାୟଗଡା ଅବକାରୀ ବିଭାଗର ଚଡାଉ

ରାୟଗଡା ଅବକାରୀ ବିଭାଗର ଚଡାଉ

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା(୦୯/୦୫): ଜିଲ୍ଲାପାଳ ରାୟଗଡା ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ, ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରିଥିଲେ ଓ ବହୁ ପରିମାଣର ଦେଶୀମଦ, ପୋଚ୍ଚ ଓ ମଦ ତିଆରି ସାମଗ୍ରୀ ଜବତ କରିବା ସହ ନଷ୍ଟ କରିବାରେ ସଫଳ ହୋଇଛନ୍ତି |

ସେହିପରି ଶେଷଖାଲ ଥାନା ଅନ୍ତର୍ଗତ କେରେଡ଼ା ଅଞ୍ଚଳରେ ଚଢ଼ାଉ କରି ୮୦ଲିଟର ଦେଶୀମଦ ନଷ୍ଟ କରିଛନ୍ତି । କଲ୍ୟାଣ ସିଙ୍ଗପୁର ଥାନା ଅନ୍ତର୍ଗତ ବେଲକୋଣା ଗ୍ରାମରେ ୭୦୦ଲିଟର ପୋଚ୍ଚଜବତ କରିବା ସହ, ସମ୍ବାରି କୂଳଦୀପିଆ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସେହିପରି ପୂଜାରିଗୁଡା ଗ୍ରାମରେ ଚଢ଼ାଉ କରି ୧୦ ଲିଟର ଦେଶୀମଦ ଜବତ କରିବା ସହ ଗୌରୀ ମହାନନ୍ଦିଆ ଦୁଇଜଣଙ୍କୁ ଗିରଫ କରାଯାଇଛି । ପୁଟାସିଂ ଅଞ୍ଚଳରେ ପୁଟାସିଂ ଥାନା କର୍ମଚାରୀ ମିଳିତ ଭାବରେ ଲୋବା ଗ୍ରାମରେ ଚଢ଼ାଉ କରି ୨୮୮୦ ଲିଟର ପୋଚ୍ଚ ଓ ୧୩୦ଲିଟର ରନ୍ଧା ମଦ ଜବତ କରି ନଷ୍ଟ କରା ଯାଇଛି ।

ସେହିପରି ଗୁଣପୁର ଥାନାର ଗାନ୍ଧୀ ନଗର ଅଞ୍ଚଳରେ ଚଢ଼ାଉ କରି ୪ଲିଟର ୪୫୦ ମିଳିଲିଟର ବିଦେଶୀ ମଦ ଓ ରାମନଗୁଡ଼ା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରାଯାଇଛି।ସେଥି ମଧ୍ୟରୁ ୫ଲିଟର ବିଅର୩0ଲିଟର ଦେଶୀମଦ ଓ ପୋଚ୍ଚ ଜବତ କରି ନଷ୍ଟ କରାଯାଇଛି । ଏବଂ ୩ଜଣ ଆସାମୀଙ୍କୁ ଗିରଫ କରାଯାଇଛି । ମଦ ପାଇଁ ବ୍ୟବହୁର୍ତ୍ତ ହୋଉଥିବା ଦୁଇଟି ସ୍କୁଟି ମଧ୍ୟ ଜବତ କରାଯାଇଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: