Related Contents

ମୋଡେର୍ନ ଇଂରାଜୀ ବିଦ୍ୟାଳୟର ୩ୟ ବାର୍ଷିକ ଉତ୍ସବ ପାଳନ-ବୈପାରୀଗୁଡା

ବୈପାରୀଗୁଡା (ଏନ. ସନ୍ତୋଷ) କୋରାପୁଟ ଜିଲ୍ଲା ବୈପାରୀଗୁଡା ସ୍ଥିତ ଏମ.ଇ.ସ୍କୁଲ ପଡିଆ ଠାରେ ମୋଡେର୍ନ ଇଂରାଜୀ ବିଦ୍ୟାଳୟର ୩ୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି |

ବିଦ୍ୟାଳୟର ସମ୍ପାଦକ ପି.ସୁରେଶ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ବୈପାରୀଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାତରଂ ଲେୟାଙ୍ଗି, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧୀର କୁମାର ରଥ, ସମ୍ମାନୀୟ ଅତିଥି ଭାବେ ବୈପାରୀଗୁଡା ପଂଚାୟତ ସମିତି ଅଧ୍ୟକ୍ଷା ସରାଜନୀ କାଣ୍ଡିକି, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଗୁପ୍ତ, ସ୍ଥାନୀୟ ସରପଞ୍ଚ ଭାଗିରଥି ମୁଁଜିଆ ଯୋଗ ଦେଇଥିଲେ | ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରାଯାଇଥିଲା |

ଅତିଥି ମାନେ ଭାଷଣ ମାଧ୍ୟମରେ ସରକାରଙ୍କ ଉଦ୍ୟମରେ ଇଂରାଜୀ ଶିକ୍ଷା ପାଇଁ ଗରିବ ପିଲାଙ୍କୁ କିପରି ଉପକୃତ ହେବେ ଜଣାଇଥିଲେ | କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା |ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ପତ୍ତନୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

Comments are closed.