Friday, March 29, 2024

Top 5 This Week

Related Posts

ଶୋଭା କେୟାର ହସ୍ପିଟାଲରେ ରକ୍ତ ଦାନ ଶିବିର ଉଦଘାଟନ କଲେ ଜିଲ୍ଲାପାଳ ଓ ଏସପି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୬/୦୫) : ଆଜି ସୋନପୁର ଶୋଭା କେୟାର ହସ୍ପିଟାଲ ଓ ମହାନଦୀ ଧାରା ପକ୍ଷ ରୁ ଏକ ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଛି lWhatsApp Image 2023 05 26 at 11.55.23 ଶୋଭା କେୟାର ହସ୍ପିଟାଲରେ ରକ୍ତ ଦାନ ଶିବିର ଉଦଘାଟନ କଲେ ଜିଲ୍ଲାପାଳ ଓ ଏସପି

ଏହି ଶିବିର କୁ ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସପି ଶ୍ରୀ ଅମରେଶ ପଣ୍ଡା ଓ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇ ଆୟୋଜକ ଓ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ l ଏବଂ ଆଗାମୀ ଦିନରେ ଅଧିକ ନୂତନ ରକ୍ତ ଦାତା ଙ୍କୁ ପ୍ରୋତ୍ସାହିତ କରିବାକୁ ଓ ଏ ଅନୁଷ୍ଠାନ ରେ ରୋଗୀ ଙ୍କୁ ଉତ୍ତମ ବ୍ୟବହାର ସହିତ ଉତ୍ତମ ଚିକିତ୍ସା ସୁବିଧା ଦେବାକୁ ପରାମର୍ଶ କରିଥିଲେ l ଶୋଭା କେୟାର ର ନୂତନ ପରିଚାଳକ ଡା. ଆକାଶ ଆଗ୍ରୱାଲ, ସୁବାଷ ଚରଣ ପଣ୍ଡା ଓ ସଞ୍ଜୟ ବଡ଼ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆଜି ର ଏହି ଶିବିର ପରିଚାଳନା କରାଯାଇଥିଲା l ଶିବିର ରେ ସହର ର ଅନେକ ସ୍ବେଛାସେବୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l

Popular Articles