Friday, March 29, 2024

Top 5 This Week

Related Posts

୫୨୯ କିଲୋ ଗଞ୍ଜେଇ ଜବତ, ୬ ମାଫିଆ ଫେରାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୨୬/୦୫) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଏବେ ଗଞ୍ଜେଇ ମାଫିଆ ମାନଙ୍କ ଚରା ଭୂଇଁ ପାଲଟିଛି I ୫୨୯ କିଲୋ ଗଂଜେଇ ଜବତ, ୬ ମାଫିଆ ଫେରାର ।

କିଛି ଦିନ ହେବ ଏହି ଅଂଚଳ କୁ ବାହାର ରାଜ୍ୟ ଓ ଜିଲ୍ଲା ମାନଙ୍କୁ ରୀତିମତ ଭାବରେ ସହ ସହ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଶତକଡା ୧୦୦ ରୁ ୫୦ ପ୍ରତିଶତ ମାଫିଆ ଚାଲାଣ ସମୟରେ ପୋଲିସ ହାତରେ ଧରା ପଡି ଜେଲ ଯାଉ ଥିବା ବେଳେ ବାକିତକ ମାଫିଆ ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇ ଯାଉଥିବା ବେଳେ ଆଉ କିଛି ମାଫିଆ କିଛି ପୋଲିସ କର୍ମଚାରୀ ଙ୍କ ସହ ସଲାସୁତୁରା କରି ବେଧଡକ ଭାବରେ ଗଂଜେଇ ଚାଲାଣ ଜାରି ରଖିଛନ୍ତି । ୫୨୯ କିଲୋ ଗଂଜେଇ ଜବତ ହୋଇଛି ।

ବିଗତ ଦିନ ମାନଙ୍କରେ ଏହି ଅଞ୍ଚଳରେ ଜିଲ୍ଲା ପୋଲିସ ମୁଖିଆଙ୍କ ନିର୍ଦ୍ଧେଶ କ୍ରମେ ଏହି ଗଂଜେଇ କାରବାର ଓ ଗଂଜେଇ ଚାଷ କୁ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ୍ୟ କରା ଯାଇଛି । ଏହାସହ କିଛି ମାସ ତଳେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଅଂଚଳରେ ବେଆଇନ ଭାବରେ ଚାଷ ହୋଇଥିବା କୋଟି କୋଟି ଟଙ୍କାର ଗଂଜେଇ ଗଛ ଗୁଡିକୁ କାଟି ନଷ୍ଟ ମଧ୍ୟ କରିଛନ୍ତି ।

ତଥାପି ଏହି ଅଂଚଳରୁ ଗଂଜେଇ କାରବାର ଥମିବାର ନା ଧରୁନଥିବା ବେଳେ ପୋଲିସ ଓ ପ୍ରଶାସନ ର ଗଂଜେଇ ଉପରେ ସଚେତନତା କାର୍ଯ୍ୟକ୍ରମ ଫେଲ ମାରିଛି । ଏହି ପରିପେକ୍ଷୀରେ ପୁଣିଥରେ ଫିରିଙ୍ଗିଆ ପୋଲିସ କୁ ମିଳିଛି ଏକ ବଡ ସଫଳତା । କିନ୍ତୁ ଏଥର ମଧ୍ୟ୍ୟ ପୋଲିସ ଆଖିରେ ଧୂଳି ଦେଇ ମାଫିଆ ମାନେ ଫେରାର ହୋଇଯାଇଥିବା ବେଳେ ୫୨୯ କିଲୋ ଗଂଜେଇ ଜବତ କରିବା ରେ ସଫଳ ହୋଇଛି ଫିରିଙ୍ଗିଆ ପୋଲିସ ।

Popular Articles