ପୁଣି ଜଣେ ଯୁବକ ସାଇବର ଠକେଇର ଶିକାର

0
91
ପୁଣି ଜଣେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୨୬/୦୫) : ପୁଣି ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି l ଯୁବକ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଆଳି କଳଦିଆ ଗ୍ରାମର ଧର୍ମେନ୍ଦ୍ର ପଣ୍ଡା ।

ପୁଣି ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଛନ୍ତି ସେ ହେଲେ କେନ୍ଦ୍ରାପଡ଼ା ଆଳି କଳଦିଆ ଗ୍ରାମର ଧର୍ମେନ୍ଦ୍ର ପଣ୍ଡା । ଆଜି ଦିନ ଦୁଇଟା ଚାଳିଶ ମିନିଟ ସମୟରେ ଧର୍ମେନ୍ଦ୍ରଙ୍କ ମୋବାଇଲକୁ ତିନିଥର ମେସେଜ ଆସିଥିଲା ଏବଂ ମେସେଜ ମୁତାବକ ତାଙ୍କର ଆଳି ଇୟୁକୋ ବ୍ୟାଙ୍କ ଶାଖାରେ ଥିବା ଏକାଉଣ୍ଟରୁ ପ୍ରଥମେ ୧୯ .୯୯୯ ଟଙ୍କା ପୁଣି ୧୪୯୯ ଟଙ୍କା ଓ ପରେ ୧ .୦୭୭ ଟଙ୍କା କଟି ଯାଇଥିଲା । ଧର୍ମେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ଆଳି ସ୍ଥିତ ଇୟୁକୋ ବ୍ୟାଙ୍କ ଶାଖାର ମ୍ୟାନେଜରଙ୍କୁ ଦେଖା କରିବା ପରେ ମ୍ୟାନେଜର ତାଙ୍କ ଏକାଉଣ୍ଟଟିକୁ ବ୍ଲକ କରିଦେଇଥିଲେ ।

ସମସ୍ତ ବ୍ୟାଙ୍କ ଷ୍ଟେଟମେଣ୍ଟ ଦେଇ ଥାନାରେ ଲିଖିତ ଅଭିଯୋଗ କରିବାକୁ କହିବା ପରେ ଧର୍ମେନ୍ଦ୍ର ଆଳି ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି l ତେବେ ରାଜ୍ୟରେ ସାଇବର କ୍ରାଇମ ରୋକିବା ପାଇଁ ରାଜ୍ୟ ପୋଲିସ ବିଭାଗ ଆପ୍ରାଣେ ଚେଷ୍ଟା କରି ଜାଗା ଜାଗା ସାଇବର ଥାନା ଖୋଲୁ ଥିବାବେଳେ ସାଧାରଣ ଲୋକେ ବାରମ୍ବାର ସାଇବର ଠକେଇର ଶିକାର ହେଉଥିବା ଦେଖିବାକୁ ମିଳୁଛି । ତେବେ ଏହି ଘଟଣା ରାଜ୍ୟ ପୋଲିସ ବିଭାଗ କୁ ସାଇବର ଠକଙ୍କର ଖୋଲା ମେଲା ଚ୍ୟାଲେଞ୍ଜ ବୋଲି କୁହାଯାଉଛି ।