Friday, March 29, 2024

Top 5 This Week

Related Posts

ବିଦ୍ୟୁତ ସଂସ୍ପର୍ଶ ରେ ଆସି ନାତି, ଜେଜେମା ଗୁରୁତର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୫/୦୫) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ବେହେରେନସିଲେଟ ଗାଁ’ରେ ବିଦ୍ୟୁତ ସଂସ୍ପର୍ଶ ରେ ନାତି, ଜେଜେମା ଆସିଥିବାରୁ ଏକ ବିଦ୍ୟୁତ ଆଘତ ରେ ନାତି ଜେଜେମା ଗୁରୁତର ହୋଇଛନ୍ତି l

ଦୁଇ ଗୁରୁତରଙ୍କୁ କଣ୍ଟାବାଞ୍ଜି ଡାକ୍ତର ଖାନାରେ ଚିକିତ୍ସା କରାଯାଉଛି l ବର୍ତ୍ତମାନ ଦୁଇ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି l ସୂଚନା ଅନୁସାରେ ନାତି ରବିରାଜ ମାଝୀ ମଶାରୀ ଟାଙ୍ଗି ଶୋଇଥିବା ବେଳେ ମଶାରୀରେ ବିଦ୍ୟୁତ ତାର ଲାଗିଥିଲା l ଝିପି ଝିପି ବର୍ଷା ହେବା ବେଳେ ବିଦ୍ୟୁତ ସଂସ୍ପର୍ଶ ରେ ମଶାରୀ ଆସିଥିବାରୁ ପ୍ରଥମର ରାବିରାଜକୁ ବିଦ୍ୟୁତ ଆଘାତ ହୋଇଥିଲା । ରବିକୁ ଆଘାତ ଲାଗିବା ଦେଖି ଜେଜେମା ରିତନୀ ବଞ୍ଚାଇବାକୁ ଯାଇ ତାଙ୍କୁ ମଧ୍ୟ କରେଣ୍ଟ ଲାଗିଥିଲା । ତୁରନ୍ତ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତର ଖାନା ଚିକିତ୍ସା ପାଇଁ ପରିବାର ଲୋକ ଆଣିଥିଲେ l କଣ୍ଟାବାଞ୍ଜି ଡାକ୍ତରଖାନାରେ ୨ ଜଣ ଙ୍କ ଚିକିତ୍ସା ଜାରି ରହିଛି ।

Popular Articles