Friday, March 29, 2024

Top 5 This Week

Related Posts

ଶୀତଳଷଷ୍ଠୀ ଯାତ୍ରା : ବିଶେଶ୍ୱର ବାବାଙ୍କ ବରାତୀ ଶୋଭାଯାତ୍ରାରେ ଦୁଲକିଲା ସହର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୦୫) : ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଶୀତଳଷଷ୍ଠୀ ଯାତ୍ରା ପାଇଁ ବିନିକା ସହର ଉତ୍ସବ ମୁଖର ହୋଇଉଠିଛି ।WhatsApp Image 2023 05 25 at 10.28.01 ଶୀତଳଷଷ୍ଠୀ ଯାତ୍ରା : ବିଶେଶ୍ୱର ବାବାଙ୍କ ବରାତୀ ଶୋଭାଯାତ୍ରାରେ ଦୁଲକିଲା ସହର

ଷଷ୍ଠ ବର୍ଷରେ ପଦାର୍ପଣ କରିଥିବା ଶୀତଳଷଷ୍ଠୀ ଯାତ୍ରା ଚଳିତ ବର୍ଷ ଧୂମଧାମରେ ପାଳିତ ହେଉଛି । ପତରପେଣ୍ଡୀ ନିର୍ବନ୍ଧ ଓ ଦେବ ନିମନ୍ତ୍ରଣ ନୀତି ସମ୍ପନ୍ନ ପରେ ଆଜି ରାତିରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି । ଏଥିପାଇଁ ଯାତ୍ରା କମିଟି ତରଫରୁ ସଭାପତି ପୂର୍ଣ୍ଣଚନ୍ଦ୍ର ମେହେର, କାର୍ଯ୍ୟକାରୀ ସଭାପତି ଅଜିତ ସାମନ୍ତରାୟ, ସମ୍ପାଦକ ଚରଣ ମେହେର, ସହ ସମ୍ପାଦକ ସମ୍ବିତ ନେପାକଙ୍କ ନେତୃତ୍ୱରେ କମିଟି କର୍ମକର୍ତ୍ତା ଓ ଭକ୍ତମାନେ ପ୍ରଭୁଙ୍କୁ ବର ବେଶରେ ସଜାଇଥିଲେ । ପରେ ବରାତ ଶୋଭାଯାତ୍ରାରେ ମହାଦେବ ବିଜେ କରିଥିଲେ । ଏହି ଶୋଭାଯାତ୍ରାରେ ସହରର ବିଭିନ୍ନ ଦେବାଦେବୀ ସାମିଲ ହୋଇଥିଲେ । ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରୁ ଆସିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ଭକ୍ତଙ୍କ ଜୟ ଧ୍ବନିରେ ସହର ପ୍ରକମ୍ବିତ ହୋଇଥିଲା ।ରାସ୍ତାର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଥିଲେ । ସ୍ଥାନୀୟ ବିନିକା ପୁରୁଣା ବସଷ୍ଟାଣ୍ଡ ଦୁର୍ଗାପୂଜା ମଣ୍ଡପ ନିକଟକୁ ବରାତ ପହଞ୍ଚିବା ପରେ କନ୍ୟାପକ୍ଷ ତରଫରୁ ମଙ୍ଗଳନ, ଅଳଙ୍କାର ଧାରଣ କରାଯିବା ପରେ ଦେବୀ ପାର୍ବତୀଙ୍କ ମାମୁଁ ମାଇଁ ବିଶେଶ୍ୱର ବାବାଙ୍କୁ ବର ରୂପରେ ନିମନ୍ତ୍ରଣ କରି ବେଦୀ ସ୍ଥଳକୁ ପାଛୋଟି ଆଣିଥିଲେ ।

ବିଳମ୍ବିତ ରାତ୍ରୀରେ ପୂଜକ ଉମାବଲ୍ଲଭ ଷଡ଼ଙ୍ଗୀଙ୍କ ଦ୍ଵାରା ପୂଜାର୍ଚ୍ଚନା ଓ ମନ୍ତ୍ରପାଠ ପରେ ଶିବ ପାର୍ବତୀଙ୍କ ବିବାହୋତ୍ସବ ଅନୁଷ୍ଟିତ ହୋଇଥିଲା । ଦେବ ବିବାହକୁ ଦେଖିବା ପାଇଁ ରାତିତମାମ ଭକ୍ତମାନଭ ଭିଡ ଜମିଥିଲା ଉଜାଗର ରହିଥିଲେ । ଏଥର ପ୍ରଭୁ ବିଶେଶ୍ୱର ବାବାଙ୍କ ପିତା ମାତା ଭାବେ ଶିକ୍ଷକ ଅନନ୍ତ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ପ୍ରଭାସିନୀ ପଣ୍ଡା, ପାର୍ବତୀ ଦେବୀଙ୍କ ପିତା ମାତା ଭାବେ ପ୍ରକାଶ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ଜିତୁ ଅଗ୍ରୱାଲ ଦାୟିତ୍ୱ ତୁଲାଇଥିଲେ । ଆସନ୍ତାକାଲି ଏକ ବିରାଟ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାବା ବିଶେଶ୍ୱର ଓ ଦେବୀ ପାର୍ବତୀଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Popular Articles