ବଡ ତରଗିଆ ଗ୍ରାମରେ ମକା ଚାଷୀଙ୍କୁ ଗଳା କାଟି ହତ୍ୟା

0
69
ବଡ ତରଗିଆ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୨୪/୫) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ତଥା କୋଟପାଡ଼ ଥାନା ଅନ୍ତର୍ଗତ ବଡ ତରଗିଆ ଗ୍ରାମରେ ମଙ୍ଗଳ ବାର ରାତିରେ ଏକ ଅଭାବନୀୟ ଘଟଣା ଘଟି ଯାଇଥିବା ଜଣା ପଡ଼ିଛି ।WhatsApp Image 2023 05 24 at 16.37.48 ବଡ ତରଗିଆ ଗ୍ରାମରେ ମକା ଚାଷୀଙ୍କୁ ଗଳା କାଟି ହତ୍ୟା

ବଡ ତରଗିଆ ଗ୍ରାମରେ ମକା ଚାଷୀଙ୍କୁ ଗଳା କାଟି ହତ୍ୟା । ସୂଚନା ଅନୁଯାଇ ଛବିଳ ବିଶୋଇ ନାମକ ୪୩ ବର୍ଷୀୟ ବ୍ୟକ୍ତି ମକା ବାଡ଼ରେ ଶୋଇ ଥିବା ସମୟରେ କେହି ଅଜଣା ଦୁର୍ବୃତ୍ତ ତାଙ୍କ ଗଳା କାଟି ଚାଲି ଯାଇଛି । ଖବର ପାଇ କୋଟପାଡ଼ ଥାନା ଅଧିକାରୀ ଶେଷଦେବ ବେହେରା, ଏ.ଏସ. ଆଇ. ଯୁଧିଷ୍ଠିର ମୁଦୁଲି, ଚନ୍ଦ୍ର ପ୍ରଭା ମହାନ୍ତି ପ୍ରମୁଖ ସଦଳ ବଳେ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ଯାଇଛି । ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ଜଣା ଯାଇଛି । ବୋରିଗୁମ୍ମା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମଧୁସିକ୍ତା ମିଶ୍ର ଘଟଣାସ୍ଥଳରେ ପହଞ୍ଚିବା ପରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଵା ଜଣାପଡିଛି ।