ଅମଲା ସଙ୍ଘ ର ଆନ୍ଦୋଳନ : କଳାବ୍ୟାଜ ପରିଧାନ

0
100
ଆନ୍ଦୋଳନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୫) : ରାଜ୍ୟ ଅମଲା ସଙ୍ଘ ର ଡାକରାକ୍ରମେ କାଶୀନଗର ବ୍ଲକ ରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟରତ କିରାଣୀ ଓ ସେକ୍ସନ ଅଫିସର ମାନେ ବର୍ତମାନ କଳାବ୍ୟାଜ ପିନ୍ଧି ନିଜର ଦାବୀ ହାସଲ ପାଇଁ ଧାରଣା ରେ ବସିଛନ୍ତି l

ସ୍ଥାନୀୟ ବ୍ଲକ, ତହସିଲ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟରତ କିରାଣୀ ମାନେ ଆସନ୍ତା ୩୧ ତାରିଖ ଯାଏଁ ଧାରଣା ରେ ରହିବେ ପରେ ୧ ତାରିଖ ଠାରୁ ସାନୁହଁ ଛୁଟି ରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଜଣା ଯାଇଛି l ୨୮୦୦ ଗ୍ରେଡ଼ ପେ, ଓ ଅନ୍ୟାନ୍ୟ ଅନୁସଙ୍ଗିକ ଦାବୀ ଦାବୀ ହାସଲ ପାଇଁ ଏହି ଆନ୍ଦୋଳନ କରାଯାଉଛି ବୋଲି ଶ୍ରୀ ହେମା ଶଙ୍କର କହିଛନ୍ତି l