Friday, March 29, 2024

Top 5 This Week

Related Posts

୪ର୍ଥ ଫ୍ଲଡ ଲାଇଟ କ୍ରିକେଟ ୩ୟ ଦିବସ, ଫଟାମୁଣ୍ଡା ବିଜୟୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୫/୨୪) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଖେଳ ପଡିଆରେ ଆୟୋଜିତ ହୋଇଥିବା ୪ର୍ଥ ଫ୍ଲଡ ଲାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସର ଖେଳ ଫଟାମୁଣ୍ଡା ଦଳ ଓ ଲାଠିତରା ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା l

୪ର୍ଥ ଫ୍ଲଡ ଲାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ୩ୟ ଦିବସ ଖେଳ ରେ ଫଟାମୁଣ୍ଡା ଦଳ ଟସ ଜିତି ଫିଲଡିଂ କରିବାକୁ ନିଷ୍ପତି ନେଇଥିଲା l ଲାଠିତରା ଦଳ ନିର୍ଦ୍ଧାରିତ ୬ ଓଭର ଖେଳରେ ୨ ୱିକେଟ ହରାଇ ୪୮ ରନ ସଂଗ୍ରହ କରିଥିଲା l ଜବାବରେ ଫଟାମୁଣ୍ଡା ଦଳ ୩ ଓଭର ଖେଳରେ ଲକ୍ଷ୍ୟ ପୁରଣ କରି ବିଜୟୀ ହୋଇଥିଲେ l ଫଟାମୁଣ୍ଡା ଦଳର ଖେଳାଳୀ ରମାକାନ୍ତ ଠେଲାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପ୍ରଦାନ କରାଯାଇଥିଲା l ନିରୋଜ ସାହୁ ଓ ଅନିଲ ସାହୁ ଖେଳ ପରିଚାଳନା କରିଥିଲେ l ସୁଶାନ୍ତ ବାରିକ ଓ ଆଜାଦ କଲତା ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ l ସରୋଜ ସାହୁ ସ୍କୋରର ଥିଲେ l ବନ୍ଧଗୋରା ଗୌନ୍ତିଆ ଧିରୋଜ ଭୋଇ ମୁଖ୍ୟଅତିଥି ଏବଂ କନ୍ଧମାଳ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ସମାଜସେବୀ ଅଭିରାମ ରଣା, ମନୋଜ ଦାଶ, ଶତ୍ରୁଘନ ରଣା, ଶିକ୍ଷାବିତ ଧର୍ମାନନ୍ଦ ସାହୁ, ଗୋବିନ୍ଦ ସାହୁ, ଦେବାନନ୍ଦ ସାହୁ, ବ୍ୟବସାୟୀ ଗଙ୍ଗାଧର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖଳାଳୀମାନଙ୍କୁ ଉତ୍ସାହିତ କରିଥିଲେ l ଲମ୍ବୋଦର ବେହେରା, ଲକି ସାହୁ, ଅମିତ ସାହୁ, ସୁନିଲ ସାହୁ, ସୁଶାନ୍ତ ଭୋଇ, ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ l

Popular Articles