ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି, ଛତର୍ଲା ଠାରେ ଝୁଲା ପୋଲ ନିର୍ମାଣ ପାଇଁ ଦାବୀ

0
114
ଜିଲ୍ଲା ସ୍ତରୀୟ ମିଳିତ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୨/୫) : କୋରାପୁଟ ଜିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 05 23 at 11.46.22 ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି, ଛତର୍ଲା ଠାରେ ଝୁଲା ପୋଲ ନିର୍ମାଣ ପାଇଁ ଦାବୀ

ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ରେ ଛତର୍ଲା ଠାରେ ଝୁଲା ପୋଲ ନିର୍ମାଣ ପାଇଁ ଦାବୀ । ଛତର୍ଲା ଗ୍ରାମ ଦେଇ ପ୍ରବାହିତ କୋଲାବ ନଦୀରେ ଏକ ଝୁଲା ପୋଲୋନିର୍ମାଣ, ଚିତ୍ରା ସେବାଶ୍ରମରେ ଶିକ୍ଷକ ଆବଶ୍ୟକତା, ଅଣ୍ଡିରା ମୁଣ୍ଡା ଧବଳେଶ୍ୱେର ମନ୍ଦିର ଠାରେ ବିଦୁତ ସଂଯୋଗୀ କରଣ, ବଣିଆ, ଗୁଆଳିଓ ଆସନା ଗ୍ରାମରେ ଷ୍ଟ୍ରୀଟ ଲାଇଟର ବ୍ୟବସ୍ଥା, ଜେ.ଇ. ଏଲ.ସି. କୋଟପାଡ଼ରେ କମ୍ୟୁନିଟି ପୁସ୍ତକାଳୟ ସହ ଚିତ୍ତ ବିନୋଦ କେନ୍ଦ୍ର ନିର୍ମାଣ, ଚାନ୍ଦିଲି ଏଲ .ଆଇ. କେନ୍ଦ୍ରର ମରାମତି ସମେତ କୁସୁମୀ ରେଳ ଷ୍ଟେସନକୁ ଯିବାପାଇଁ ରାସ୍ତା ନିର୍ମାଣ କରିବା ଇତ୍ୟାଦି ଅଭିଯୋଗ ଉପସ୍ଥାପନ ହୋଇଥିଲା । ବ୍ୟକ୍ତିଗତ ୨୦ଟି ଓ ଗୋଷ୍ଠୀ ଗତ ୪ ଟି ମୋଟ ୨୪ ଗୋଟି ଅଭିଯୋଗର ଶୁଣାଣି ହୋଇଥିବା ଜଣାଯାଇଛି । କାର୍ଯ୍ୟକ୍ରମ ସରିବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସମସ୍ତ ଯନ୍ତ୍ରୀ ବ୍ଲକରେ ଚାଲିଥିବା 5T ସ୍କୁଲ ଗୁଡିକର ପରିଦର୍ଶନ କରିଥିବା ଜଣାଯାଇଛି ।

ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜ଼ିଲ୍ଲା ପରିଷଦ ଶ୍ରୀ ଗୌରବ ସିୱାଜି ଇ ସଲ ୱାର, ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର, ଜୟପୁର ଉପଜିଲ୍ଲା ପାଳ ବେଦ ବର ପ୍ରଧା, ତହସିଲଦାର ଶକ୍ତି ମହାପାତ୍ର,ବିଡ଼ିଓ ଶ୍ରୀମତି ସ୍ନେହ ପ୍ରଭା ମାଝୀ, ଜି.ପି.ଓ. ସୁଧାଂଶୁ ରଥ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆକାଶ ଜେନା, ଯୋଗାଣ ନିରୀକ୍ଷକ ସନ୍ତୋଷ ବେହେରା, ଚୈତନ୍ୟ ବାସକି, ବିଜୟ କୁମାର ନନ୍ଦ, ସୁଶ୍ରୀ ନମିତା ବାଘ, ରଞ୍ଜିତ ଖସଲା, ଗୌରବ କୁମାର କାଲୋ, ସମୟ ମାରାଣ୍ଡି, ଲକ୍ଷିରାମ ହେମ୍ବ୍ରମଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିବା ଜଣାଯାଇଛି ।