ମାରୱାଡ଼ି ଯୁବା ମଞ୍ଚ ର ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକାରି ନେଇ ସାଧାରଣ ଉପକୃତ

0
139
ମାରୱାଡ଼ି ଯୁବା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟଲାଗଡ, (୨୧/୦୫) : ଟିଟିଲାଗଡ ମାରୱାଡ଼ି ଯୁବା ମଞ୍ଚ ଆନୁକୁଲ୍ୟରେ ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକାରି କରାଯାଇଛି ।

ଏହି ଯୋଜନା ଅନୁଯାୟୀ ମାଗଣା ରେ ସାଧାରଣ ଲୋକଙ୍କ ନିମନ୍ତେ ଖାଦ୍ୟ ବଣ୍ଟନ କରାଯାଉଛି । ବିଶେଷ ଦ୍ରଷ୍ଟବ୍ୟ ଯେ, ସରକାର ଙ୍କ ତରଫ ରୁ ପ୍ରତିଟି ଡାକ୍ତରଖାନା ଗୁଡିକ ରେ ଆହାର କେନ୍ଦ୍ର ଖୋଲାଯାଇ ପାଞ୍ଚ ଟଙ୍କା ରେ ଡାଲମା ଭାତ ପ୍ରଦାନ କରାଯାଉଥିବା ବେଳେ ଏହି କେନ୍ଦ୍ର ରବିବାର ଦିନ ବନ୍ଦ ରହିଥାଏ। ଉକ୍ତ କେନ୍ଦ୍ର ବନ୍ଦ ରହିବା ଯୋଗୁଁ ନିର୍ଭର କରୁଥିବା ସାଧାରଣ ଲୋକେ ଓ ବିଶେଷ କରି ଡାକ୍ତର ଖାନା ରେ ଭର୍ତ୍ତି ଥିବା ରୋଗୀ ଙ୍କ ସମ୍ପର୍କୀୟ ବାହାରୁ ଖାଦ୍ୟ ସାମଗ୍ରୀ ହୋଟେଲ ରୁ କିଣିବାକୁ ବାଧ୍ୟ ହୋଇଥାନ୍ତି । ଏଭଳି ସ୍ଥିତି କୁ ଦୃଷ୍ଟି ରେ ରଖି ସ୍ଥାନୀୟ ମାରୱାଡ଼ି ଯୁବା ମଞ୍ଚ ତରଫରୁ ଏହି ଆହାର ମାଗଣା ରେ ବଣ୍ଟନ କରାଯାଉଛି । ଏହି ଆହାର ବଣ୍ଟନ ଯୋଗୁଁ ସହ ସହ ଲୋକେ ଉପକୃତ ହୋଇ ପାରିବା ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇ ଆସୁଛି ।