ବିଷମ କଟକରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

0
111
ବିଷମ କଟକରେ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ/ରାୟଗଡା, (୨୨/୦୫) : ଆଜି ବିଷମ କଟକରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା ।WhatsApp Image 2023 05 22 at 17.34.40 ବିଷମ କଟକରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ବିଷମ କଟକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗଦେଇ ମୋଟ ୧୪ ଟି ଅଭିଯୋଗ ଗ୍ରହଣ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ ଗୁଡିକର ତୁରନ୍ତ ଫଇସଲା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଆଜିର ୧୪ ଟି ଅଭିଯୋଗ ମଧ୍ୟରୁ ୮ ଟି ବ୍ୟକ୍ତିଗତ ଓ ୬ ଟି ସାମୁହିକ ଅଭିଯୋଗ ଦାଖଲ ହୋଇଥିଲା । ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଜିଲ୍ଲା ଉପ ଚିକିତ୍ସା ଅଧିକାରୀ ଡାକ୍ତର ବି ଏଲ୍ ଏନ୍ ପୃଷ୍ଟି, ପ୍ରକଳ୍ପ ପ୍ରଶାସକ ଶ୍ରୀମତୀ ଶାନ୍ତିପ୍ରଭା ବେହେରା ପ୍ରମୁଖ ଅଭିଯୋଗ ଗୁଡିକ ଶୁଣାଣି କରିଥିଲେ । ଆଜିର ଏହି ଅଭିଯୋଗ ଶୁଣାଣୀରେ, ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ ଶତପଥି, ଜିଲ୍ଲା ଶିକ୍ଷା ଉପ ଅଧିକାରୀ ଶ୍ରୀ ଭାଜନ ଲାଲ ମା ଝି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର ଗମାଙ୍ଗ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଯାଜ୍ଞସେନି ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।