Friday, March 29, 2024

Top 5 This Week

Related Posts

ଗୁଡାରୀ ଠାରେ ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହାସଂଘର ସମ୍ମିଳନୀ ଅନୁଷ୍ଠିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୧/୦୫) : ଆଜି ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଂଘ Mid Day Meal Workers (AICCTU) ତରଫରୁ ଗୁଡାରୀ ନିକଟ ନୁଆଁ ବସଷ୍ଟାଣ୍ଡ ଠାରେ ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।WhatsApp Image 2023 05 21 at 13.57.37 ଗୁଡାରୀ ଠାରେ ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହାସଂଘର ସମ୍ମିଳନୀ ଅନୁଷ୍ଠିତ

ଉକ୍ତ ସଭାରେ ପାଚିକା ଓ ସହାୟିକା ସଙ୍ଘର ଉପଦେଷ୍ଟା ତ୍ରିପତି ଗମାଙ୍ଗ, ବୃନ୍ଦାବନ ବିଡିକା, ଗୁଡାରୀ ବ୍ଲକ ସଭାପତି ମୁକ୍ତାଶବର ଅନନ୍ୟ ୧୦୦ରୁ ଉର୍ଦ୍ଧ୍ୱ ପାଚିକା ଓ ସହାୟିକା ମାନେ ଯୋଗଦେଇଥିଲେ । ଉକ୍ତ ସମ୍ମିଳନୀ ରେ ୨୩ ଜଣକୁ ନେଇ ଏକ କମିଟି ଗଠନ କରାଗଲା । ସଭାପତି ଭାବେ ମୁକ୍ତl ଶବରଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଗଲା । ଚଳିତ ମାସ ୨୯/୫/୨୩ ତାରିଖ ରେ ଦାକ୍ଷିଣ ଓଡିଶା ପାଚିକା ଓ ସହାୟକ ସଂଘ Mid Day Meal Workers ( AICCTU) ତରଫରୁ ପାଚିକା ଓ ସହାୟିକା ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଗୁଣପୁର ଠାରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ଚାରୋଟି ବ୍ଲକ ଯଥା ଗୁଣୁପୁର, ପଦ୍ମପୁର, ରାମନଗୁଡା ଓ ଗୁଡାରୀ ବ୍ଲକର ବୈଠକ ସମାପ୍ତ ହୋଇଛି । ଆଗାମୀ ୨୯ ତାରିଖରେ ହେବାକୁ ଥିବା ମହା ସମ୍ମିଳନୀରେ ବହୁଳ ମାତ୍ରାରେ ଯୋଗ ଦେବାପାଇଁ ଅନୁରୋଧ କରାଯାଇଥିଲା ।

ସେହିଦିନ କେତୋଟି ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବାପାଇଁ ଧାର୍ଯ୍ୟ କରାଯାଇଛି । ସେଗୁଡିକ ହେଲା ପାଚିକା ଓ ସହାୟକ ମାନଙ୍କୁ ସ୍ଥାୟୀ କରିବା ଶ୍ରମିକ କର୍ମଚାରୀ ବିରୋଧୀ ଶ୍ରମ କୋଡ଼ କୁ ବାତିଲ କରିବା, ସମସ୍ତ ପାଚିକା ଓ ସହାୟିକା ମାନଙ୍କୁ ସାମାଜିକ ନିରାପତ୍ତା ଓ ବୀମାଭୁକ୍ତ କରିବା, ପାଚିକା ଓ ସହାୟକ ମାନଙ୍କୁ ପେନସନ ଯୋଜନା ଲାଗୁ କରିବା, ପାଚିକା ଓ ସହାୟକ ମାନଙ୍କୁ ବର୍ଷକୁ ଦୁଇ ଗୋଟି ସୁତା ଲୁଗା ଯୋଗାଇ ଦେବା, ପାଚିକା ମାନଙ୍କୁ ଛୁଟି ନେବାର ବ୍ୟବସ୍ଥା କରିବା, ନୁତନ ଶିକ୍ଷା ନୀତି ୨୦୨୦ କୁ ବାତିଲ୍ କରିବା ଭଳି ୧୩ ଦଫା ଦାବିପତ୍ର ପ୍ରସ୍ତୁତ କରାଯାଇଥିଲା । ଉକ୍ତ ସମ୍ମିଳନୀରେ ତ୍ରିପତି ଗମାଙ୍ଗ ପୌରହିତ୍ୟ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିଥିଲେ । ମୁକ୍ତl ଶବର (ସଭାପତି ), ଲଳିତା ଶବର, ଜମୁନା ଉଇକା, ସେବତୀ ଶବର, ଉର୍ମିଲା ଶବର, ମିନା ଦାସ, ଶାନ୍ତି ଶବର (ସମ୍ପାଦକ), ସବିତା ଶବର, ଶୈଳେନ୍ଦ୍ରୀ ଶବର ପ୍ରମୁଖ ସହଯୋଗ କରିଥିଲେ ।

Popular Articles