ବୁଢିମା ମନ୍ଦିର ର ପ୍ରତିଷ୍ଠା ମହୋତ୍ସବ ପାଇଁ ଅନୁଷ୍ଠିତ ହେଲା କଳସ ଶୋଭାଯାତ୍ରା

0
84
ବୁଢିମା ମନ୍ଦିର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୦୫) : ସୋନପୁର ସହରର ଢେରାପଡା ଠାରେ ସଂପୂର୍ଣ୍ଣ ଦକ୍ଷିଣଭାରତୀୟ ଢାଞ୍ଚା ରେ ନୂତନଭାବେ ନିର୍ମିତ ବୁଢିମା ମନ୍ଦିର ର ପ୍ରତିଷ୍ଠା ମହୋତ୍ସବ ପାଇଁ ଅନୁଷ୍ଠିତ ହେଲା କଳସ ଶୋଭାଯାତ୍ରା lWhatsApp Image 2023 05 22 at 09.26.57 1 ବୁଢିମା ମନ୍ଦିର ର ପ୍ରତିଷ୍ଠା ମହୋତ୍ସବ ପାଇଁ ଅନୁଷ୍ଠିତ ହେଲା କଳସ ଶୋଭାଯାତ୍ରା

ମାଁ ବୁଢିମା ଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ର ଆଦ୍ୟପର୍ବ ଭାବରେ ଆଜି ସକାଳେ ସହରର ଶତାଧିକ ମହିଳାଙ୍କଦ୍ୱାରା ଚିତ୍ରୋତ୍ପଳା ମହାନଦୀ ର ପବିତ୍ର ଜଳ ସ୍ଥାନୀୟ ରାଜାଘାଟରେ ପୂଜାର୍ଚ୍ଚନା କରି କଳସାଧିବାସ, ଜୀବମାତୃକା, ଜଳମାତୃକା, ସ୍ଥଳମାତୃକା, ବଡ଼ବାନଳ ଅଗ୍ନି ଆବାହନ ହୋମ ଇତ୍ୟାଦି ପୂର୍ବକ ଜଳପୂର୍ଣ କଳସ କର୍ତ୍ତା ବି.ଗୌରୀ ଶଙ୍କର ସସ୍ତ୍ରୀକ ଙ୍କ ଦ୍ୱାରା ଘଣ୍ଟ, ଶଙ୍ଖ, ବାଜା ରୋଷଣୀ ସହ ନଗର ପରିକ୍ରମା ପୂର୍ବକ ନୂତନ ବୁଢିମାଙ୍କର ମନ୍ଦିର ସାମ୍ନାରେ ପ୍ରସ୍ତୁତ ଜଜ୍ଞ ମଣ୍ଡପ କୁ ଅଣାଯାଇ ସ୍ଥାପନ କରାଯାଇଥିଲା । ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ବୁଢିମା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ମହା ସମାରୋହ ରେ ପାଳନ କରାଯାଉଛି l ଆଜିଠାରୁ ମଣ୍ଡପ ପୂଜାବିଧାନ ଚତୁର୍ଥୀ ଲଗ୍ନେ ଶାଖାମୂର୍ତ୍ତୀ ମହାସ୍ନାନ, ଶୁକ୍ଲପଞ୍ଚମୀ ରେ ମନ୍ଦିର ଅଧ ଉର୍ଦ୍ଧ୍ୱ ଶୋଧନସହିତ ଦେବ ଦେବ ମହାଦେବ ଲିଙ୍ଗ ଓ ପାର୍ଶ୍ୱଦେବତା ମନ୍ଦିରେ ସ୍ଥାପନ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହେବ l

୨୫ତାରିଖ ଜ୍ୟେଷ୍ଠ ଶୁକ୍ଲ ଷଷ୍ଠୀ ଗୁରୁବାର ପୂର୍ଣ୍ଣାହୂତି ପୂର୍ବକ ମାଁ ବୁଢିମା ଠାକୁରାଣୀଙ୍କ ମନ୍ଦିର ବିଜେ କାର୍ଯ୍ୟକ୍ରମ ରହିଛି l ପ୍ରକାଶ ଯୋଗ୍ୟଯେ ସଂପୂର୍ଣ୍ଣ ଦକ୍ଷୀଣ ଭାରତୀୟ ଢାଞ୍ଚାରେ ନିର୍ମିତ ଏହି ମନ୍ଦିର ନିର୍ମାଣ ରେ ପ୍ରାୟ ୫୦ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟ ହୋଇଥିବାବେଳେ ଏହା ମନ୍ଦିର ମାଳିନୀ ସୁବର୍ଣ୍ଣପୁର କୁ ଆସୁଥିବା ପର୍ଯ୍ୟଟକ ଙ୍କୁ ବହୁମାତ୍ରାରେ ଆକୃଷ୍ଟ କରିବ ବୋଲି କମିଟି ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି l ଏହି ଅବସରରେ ୨୩ ତାରିଖ ସଂଧ୍ୟାରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପାରାୟଣ ଗାୟିକା ସୁଶ୍ରୀ ବନ୍ଦିତା ନାୟକଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ପରିବେଷଣ ସହ ପ୍ରତିସଂଧ୍ୟାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି ଏବଂ ୨୪ ତାରିଖ ରୁ ଦୁଇଦିନ ଧରି ଶ୍ରଦ୍ଧାଳୁ ଙ୍କପାଇଁ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।

ଆଜିର ଏହି କଳସ ଶୋଭାଯାତ୍ରାରେ ମନ୍ଦିର ନିର୍ମାଣ କମିଟି ର ସଭାପତି କେ. ସହଦେବ ପାତ୍ର ସମ୍ପାଦକ ଜନ୍ମେଜୟ ପାତ୍ର, ଉପସଭାପତି ବି.ସତ୍ୟନାରାୟଣ ରାଓ, ବୁଢିମା ଯୁବକ ସଂଘ ସଭାପତି ଦିଲ୍ଲୀପ ପାତ୍ର, ବରିଷ୍ଠ ସଭ୍ୟ ଗୋପାଳ ପାତ୍ର, ରାମଚନ୍ଦ୍ର ପାତ୍ର, ଦୟାନିଧି ପାତ୍ର, ଓ.ସତ୍ୟନାରାୟଣ ପାତ୍ର,ଗୋବିନ୍ଦ ପାତ୍ର, ଭାସ୍କର ରାଓ, ନିଳକଣ୍ଠ ପାତ୍ର, ବୈକୁଣ୍ଠ ପାତ୍ର, ଅକ୍ଷୟ ପାତ୍ର, ଆନନ୍ଦ ପାତ୍ର, ସୁଦର୍ଶନ ପାତ୍ର, ପ୍ରଦ୍ୟୁମ୍ନ ପାତ୍ର, ସ୍ୱରୂପ ପାତ୍ର, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର ଓ କାଉନସିଲର ରାଜକିଶୋର ରାଓ ଙ୍କ ସମେତ ପଡାର ଶତାଧିକ ମହିଳା ଙ୍କ ସହ ସମସ୍ତ ଯୁବ ସଦସ୍ୟ ଉପସ୍ଥିତ ଥିଲେ l