ଜୁନ୍‌ ୨୦ ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା

0
76
ଜୁନ୍‌ ୨୦

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୧/୦୫) : ଜୁନ୍‌ ୪ରେ ଦେବସ୍ନାନ ପୂର୍ଣ୍ଣିମା, ଜୁନ୍‌ ୨୦ ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏହା ପୂର୍ବରୁ ଗତକାଲି ଛତିଶାନିଯୋଗ ବୈଠକରେ ଦେବସ୍ନାନ ପୂର୍ଣ୍ଣିମା, ଘୋଷଯାତ୍ରା ସହ ଅନ୍ୟାନ୍ୟ ଯାତ୍ରାର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି ।

ଜୁନ୍‌ ୨୦ ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ଘୋଷଯାତ୍ରା ଅର୍ଥାତ୍‌ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି ଶେଷ ପରେ ମଦନମୋହନ ବିଜେ, ବେଶ ଆଦି ଶେଷ ହେବ। ଅପରାହ୍ଣ ୪ଟାରେ ରଥଟଣା ହେବ। ସେହିଭଳି ଦେବସ୍ନାନ ପୂର୍ଣ୍ଣିମାରେ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳ ବିଜେ, ପୂଜା, ସ୍ନାନ ପରେ ମଧ୍ୟାହ୍ନ ୧୨ଟା ୪୫ରୁ ହାତୀବେଶ ଆରମ୍ଭ ହେବ ।

ଏଥିସହ ମେ ୩୦ ତାରିଖ ରାଜେନ୍ଦ୍ରାଭିଷେକ ନୀତି, ମେ’ ୩୧ ତାରିଖ ଋକ୍ମିଣୀହରଣ ଏକାଦଶୀ, ଜୁନ ୧ ତାରିଖ ଚମ୍ପକ ଦ୍ୱାଦଶୀ , ଜୁନ ୨ ତାରିଖ ଦଇତାପତି ପ୍ରବେଶ, ୩ ତାରିଖ ସେନାପଟା ଲାଗି, ୧୩ ତାରିଖ ଚକା ବିଜେ, ୧୪ ତାରିଖ ଖଳିଲାଗି, ୧୫ ତାରିଖ ରାଜପ୍ରସାଦ ବିଜେ, ୧୬ ତାରିଖ ଘଣାଲାଗି, ୧୭ ଓ ୧୮ ତାରିଖ ବନକଲାଗି, ୧୯ ତାରିଖ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ୨୪ ତାରିଖ ହେରା ପଞ୍ଚମୀ, ୨୫ ତାରିଖ ରଥ ଦକ୍ଷିଣି ମୋଡ଼, ୨୭ ତାରିଖ ସନ୍ଧ୍ୟା ଦର୍ଶନ, ୨୮ ତାରିଖ ବାହୁଡ଼ାଯାତ୍ରା, ୨୯ ତାରିଖ ସୁନାବେଶ, ୩୦ ତାରିଖ ଅଧରପଣା ନୀତି ଓ ଜୁଲାଇ ୧ ତାରିଖ ନୀଳାଦ୍ରି ବିଜେ ନୀତିର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ଏଥିସହ ନୀତିଶୃଙ୍ଖଳା ପାଇଁ ସେବାୟତ ଓ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି । ଏହି ନୀତିକାନ୍ତିରେ ଓ ବ୍ୟବସ୍ଥାବଳୀରେ କେବଳ ପରିଚାଳନା କମିଟି ମୋହର ମାରିବ ।