ପଶ୍ଚିମବଙ୍ଗ ଚାଲାଣ ହେଉଥିଲା : ୨୨ ଗୋରୁ ଉଦ୍ଧାର

0
85
ପଶ୍ଚିମବଙ୍ଗ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୧/୦୫) : ପଶ୍ଚିମବଙ୍ଗ ଚାଲାଣ ବେଳେ ମାଡିବସିଲା ପୋଲିସ । ୨୨ ଗୋରୁ ଉଦ୍ଧାର ହୋଇଥିବା ଜଣାପଡିଛି । ଟ୍ରକ ସହ ୩ ଅଟକ ।

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରି ନିକଟରୁ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ଗୋରୁ ଚାଲାଣ କରୁଥିବା ଗୋଟିଏ ମିନି ଟ୍ରକକୁ ତୁରୁମୁଙ୍ଗା ପୋଲିସ ଜବତ କରିଛି । ଜବତ ଟ୍ରକରୁ ୨୨ ଟି ଗୋରୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ୍ ।‌ ପୂର୍ବରୁ ସୂଚନା ପାଇ ଖିରେଇଟାଙ୍ଗିରୀ ନିକଟରେ ପୋଲିସ ଛକି ରହିଥିଲା । ୪ ଟି ଗାଡିରେ ଗୋରୁ ଚାଲାଣ ହେଉଥିବା ବେଳେ ସେଠାରେ ପୋଲିସ ଗୋଟିଏ ଗାଡିକୁ ଜବତ କରିବାରେ ସକ୍ଷମ ହୋଇଥିଲା । ତେବେ ସମସ୍ତ ଗୋରୁ ଗୁଡିକ ଥାନା ପରିସରରେ ରଖାଯାଇଥିବା ବେଳେ ସେଥିରୁ ୨ଟି ଗୋରୁ ଗୁରୁତର ଆହତ ହୋଇଥିବା ଜଣାପଡିଛି ।