Thursday, March 28, 2024

Top 5 This Week

Related Posts

୨ ବର୍ଷରେ ୮ଟି ପରୀକ୍ଷା ଦେବେ ଏକାଦଶ-ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୨୭/୦୮) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଯୁକ୍ତ ୨ ପାଠପଢ଼ା ଓ ପରୀକ୍ଷା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି । ୨ ବର୍ଷରେ ୮ଟି ପରୀକ୍ଷା ଦେବେ ଏକାଦଶ-ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ | ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନେ ଚଳିତ ଶିକ୍ଷା ବର୍ଷରେ ୭୦ ପ୍ରତିଶତ ସିଲାବସର ପାଠ ପଢ଼ିବେ ।

ସିଏଚ୍‌ଏସ୍‌ଇର ନିଷ୍ପତ୍ତି ଅନୁସାରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଇଣ୍ଟରନାଲ ବ୍ୟବସ୍ଥା ଲାଗୁ ହେବ । ଏକାଦଶ ଶ୍ରେଣୀରେ ୩ଟି ଇଣ୍ଟରନାଲ ଓ ଗୋଟିଏ ବାର୍ଷିକ ପରୀକ୍ଷା ହେବ । ଏହି ପରୀକ୍ଷାକୁ କଲେଜ କର୍ତ୍ତୃପକ୍ଷ ପରିଚାଳନା କରିବ । ସେହିଭଳି ଦ୍ୱିତୀୟ ବର୍ଷ ପାଇଁ ୩ଟି ଇଣ୍ଟରନାଲ ପରୀକ୍ଷା ହେବ। ୨ ବର୍ଷରେ ୮ଟି ପରୀକ୍ଷା ଦେବେ ଏକାଦଶ-ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ | ଶେଷ ପରୀକ୍ଷାକୁ ସିଏଚ୍‌ଏସ୍‌ ପରିଚାଳନା କରିବ । ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ଉପରେ ସରକାର ନିଷ୍ପତ୍ତି ନେବେ ।

ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲା ମୋଟ ୮ଟି ପରୀକ୍ଷା ଦେବେ । ପ୍ରଥମ ଇଣ୍ଟରନାଲ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନ ଦ୍ୱିତୀୟ ଇଣ୍ଟରନାଲରେ ପଡ଼ିବ ନାହିଁ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କମିବ ୩୦ ପ୍ରତିଶତ ସିଲାବସ୍‌ ।

ଯଦି କୌଣସି ପ୍ରକାରରେ ପରୀକ୍ଷାରେ ଅସୁବିଧା ହୋଇଥାଏ, ତେବେ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ରେଜଲ୍ଟ ପ୍ରକାଶ ପାଇବ । ଅର୍ଥାତ ନିରନ୍ତର ମୂଲ୍ୟାୟନ ପଦ୍ଧତି ମାଧ୍ୟମରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

Popular Articles