କୁଷ୍ଠମୁକ୍ତ ଅନ୍ତେବାସୀଙ୍କ ପାଇଁ ତ୍ରିଦିବସୀୟ ଯୋଗ ଶିବିର ଅନୁଷ୍ଠିତ

0
85
କୁଷ୍ଠମୁକ୍ତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୦୫) : କୁଷ୍ଠମୁକ୍ତ ଅନ୍ତେବାସୀଙ୍କ ପାଇଁ ତ୍ରିଦିବସୀୟ ଯୋଗ ଶିବିର ଅନୁଷ୍ଠିତ । ମନ ମାଧ୍ୟମରେ ମଣିଷ ସ୍ଵର୍ଗରେ ନର୍କ ଏବଂ ନର୍କରେ ସ୍ୱର୍ଗ ସୃଷ୍ଟି କରିପାରେ । ସନ୍ତୋଷ, ଶାନ୍ତି ଓ ସୁଖ ହେଉଛି ଜୀବନରୂପୀ ସରଳ ରେଖାର ତିନୋଟି ବିନ୍ଦୁ ।

ସନ୍ତୋଷ ନ ହେଲେ ଶାନ୍ତି ନାହିଁ ଏବଂ ଶାନ୍ତି ନ ହେଲେ ସୁଖ ନାହିଁ । ମଣିଷ ନିଜ ମନକୁ ସଂଯତ କରି ଅତ୍ୟନ୍ତ ବିପରୀତ ପରିସ୍ଥିତିରେ ମଧ୍ୟ ସୁଖ ଅନୁଭବ କରିପାରେ । କୁଷ୍ଠମୁକ୍ତ ଅନ୍ତେବାସୀମାନଙ୍କ ପାଇଁ ଏହା ଥିଲା ଆଧ୍ୟାତ୍ମିକ ଅନୁଚିନ୍ତା । ଗତ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତ୍ରିଦିବସୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ଅନ୍ତରୀଣ ଓ୍ବାର୍ଡରେ । ଏହି ଶିବିରରେ ମାର୍ଗ ଦର୍ଶନ କରିଥିଲେ ଯୋଗବିଦ୍ ତଥା ହରିଦ୍ବାର ପତଂଜଳି ଯୋଗ ପୀଠର ଆଜୀବନ ସଭ୍ୟ ଗୋରେଖନାଥ ସାହୁ । ଏହି ଶିବରରେ ଅଠର ଜଣ ଶିବିରାର୍ଥୀମାନଙ୍କୁ ଶ୍ରୀ ସାହୁ ଉଚ୍ଚାରଣ, ଯୋଗ ବ୍ୟାୟାମ, ଯୋଗାସନ ତଥା ପ୍ରାମାୟାମ ସଂପର୍କରେ ପ୍ରଶିକ୍ଷଣ ଦେଇଥିଲେ ।

ଏଥିରେ ଲେପ୍ରା ସୋସାଇଟିର ମୁଖ୍ୟାଳୟ ହାଇଦ୍ରାବାଦର ସର୍ବୋଚ୍ଚ ଅଧିକାରୀ ନୃସିଂହ ଚରଣ ମିଶ୍ର, ବର୍ଷାରାଣୀ ସାହୁ, କାହ୍ନୁ ଚରଣ ଡାକୁଆ, ଗୋବିନ୍ଦ ଦୀପଙ୍କ ସହ କବି କଲତା, ହେମନ୍ତ ଦଣ୍ଡସେନା, ଅମରୀଶ ଭୁଏ, କେଶବ ପୁଟେଲ, ରୁଷି ବାଗ, ହରିହର ସେଠୀ, ନନ୍ଦ ସାହୁ, ନିରଂଜନ ପଧାନ, ରାସେଶ୍ବରୀ ଦିସରି, ମଙ୍ଗଲୁ ସେଠୀ, ବୁନ୍ଦ୍ରି ବଢେଇ, ଜର୍ମନୀ ବରିହା ପ୍ରମୁଖ ଯୋଗ ଦେଇଥିଲେ । କେଉଁ ରୋଗ ପାଇଁ କେଉଁ ଯୋଗ କରିବାକୁ ପଡିବ ତାହା ସେମାନଙ୍କୁ ବିଶଦ ଭାବେ ବତାଇ ଦିଆଯାଇଥିଲା । ଶିବିର ଶେଷରେ ଶିକ୍ଷାର୍ଥୀମାନେ ସେମାନଙ୍କ ସୁଖଦ ଅନୁଭୂତି କଥା ବର୍ଣ୍ଣନା କରିଥିଲେ ।