ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରି ତଦନ୍ତ

1
99
ପୋଲିସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୦/୦୫) : ଗଛରେ ରଶି ଲଗାଇ ପୋଲିସ କନଷ୍ଟେବଳଙ୍କ ଆତ୍ମହତ୍ୟା । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ହାତିନୋଟା ଗାଁ’ରେ ଘଟିଛି ଏହି ଅଭାବନୀୟ ଘଟଣା ।

ମୃତ କନେଷ୍ଟବଳ ପ୍ରେମାନନ୍ଦ ନାଏକ । ସେ ଗତ ରାତିରେ ତାଙ୍କ ଘର ପାଖରେ ଥିବା ଗଛ ରେ ବେକରେ ଚୁନି ବାନ୍ଧି ଆତ୍ମ ହତ୍ୟା କରିଛନ୍ତି । ପ୍ରେମାନନ୍ଦ ପୋଲିସ କନେଷ୍ଟବଳ ପୋଷ୍ଟ ରେ ରହି କାର୍ଯ୍ୟରତ ଥିଲେ । ତାଙ୍କର ୫-୬ ବର୍ଷ ପୂର୍ବେ ବିବାହ ହୋଇଥିବାବେଳେ ୫ ବର୍ଷର ପୁଅ ଏବଂ ଦୁଇ ବର୍ଷ ର ଛୋଟ ଝିଅ ଟିଏ ମଧ୍ୟ ଅଛି । ତେବେ ଦୀର୍ଘ ଦିନ ହେବ ଘରକୁ ଆସିଥିବା ପ୍ରେମାନନ୍ଦ ଗତକାଲି ରାତିରେ କାହିଁକି ଆତ୍ମହତ୍ୟା କଲେ ? ତାହା ଅସ୍ପଷ୍ଟ ରହିଛି । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରି ତଦନ୍ତ ଚଲାଇଛି ।

1 COMMENT

Comments are closed.