ସ୍ୱାମୀଙ୍କର ଦୀର୍ଘାୟୁ କାମନା ପାଇଁ ଶତାଧିକ ମହିଳାଙ୍କ ସାବିତ୍ରି ବ୍ରତ ପାଳିତ

0
166
ସ୍ୱାମୀଙ୍କର

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା, (୧୯/୦୫) : ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ଓଡ଼ିଆ ଘରର ରୀତିନୀତି ଅନୁଯାୟୀ ସଧବା ମହିଳାମାନେ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି ।WhatsApp Image 2023 05 19 at 21.36.50 ସ୍ୱାମୀଙ୍କର ଦୀର୍ଘାୟୁ କାମନା ପାଇଁ ଶତାଧିକ ମହିଳାଙ୍କ ସାବିତ୍ରି ବ୍ରତ ପାଳିତ

ଜ୍ୟଷ୍ଟ ଅମାବାସ୍ୟା ତିଥିରେ ଏହି ବ୍ରତ ପାଳନ କରାଯାଇଥାଏ । ଏହି ବ୍ରତରେ ମା ସାବିତ୍ରୀଙ୍କୁ ଆରାଧ୍ୟ ଦେବୀ ଭାବରେ ପୂଜା ଅର୍ଚ୍ଚନା କରାଯାଇଥାଏ । ଆଜିର ଏହି ପବିତ୍ର ଦିନରେ ସାରା ରାଜ୍ୟରେ ମହିଳାମାନେ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ବ୍ରତ ପାଳନ କରିଥିବାର ଦେଖିବାକୁ ମିଳିଛି । ସେହିଭଳି ଆଜି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଇନ୍ଦ୍ରପଡା ସାହି ନିକଟସ୍ଥ ଠାରେ ଉକ୍ତ ଅଞ୍ଚଳର ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରୁଥିବାବେଳେ ଶତାଧିକ ମହିଳା ନିଜ ଗୁରୁଙ୍କର ଦୀର୍ଘାୟୁ ଓ ମଙ୍ଗଳ କାମନା କରି ସାବିତ୍ରୀ ବ୍ରତ ପାଳନ କରୁଥିବାର ଦେଖିବାକୁ ମିଳିଛି । ସେହି ବୋଳି ବିଷମକଟକ, ମୁନିଗୁଡା, ରାମନାଗୁଡା ଓ ପଦ୍ମପୁର ରେ ବି ଦେଖିବା କୁ ପାଉଛୁ ।