Thursday, March 28, 2024

Top 5 This Week

Related Posts

ଆମ୍ବଗାଁ ହାଇସ୍କୁଲ ଶତ ପ୍ରତିଶତ ଛାତ୍ରଛାତ୍ରୀ ଦଶମ ପାସ୍

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୦/୦୫) : ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାର ଫଳାଫଳ ଗୁରୁବାର ପ୍ରକାଶ ପାଇଛି l କଣ୍ଟାମାଳ ବ୍ଲକ ଆମ୍ବଗାଁ ହାଇସ୍କୁଲ ର ୧୦୦ ପ୍ରତିଶତ ଛାତ୍ରଛାତ୍ରୀ କୃତିତ୍ୱ ଲାଭ କରିଛନ୍ତି l

ଆମ୍ବଗାଁ ହାଇସ୍କୁଲ ର ସମୁଦାୟ ୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଏ-୧, ୧୮ ଜଣ ଏ-୨, ୩୧ ଜଣ ବି-୧, ୧୮ ଜଣ ବି-୨, ୧୦ ଜଣ ସି ଏବଂ ଜଣେ ‘ଇ’ ଗ୍ରେଡ଼ରେ ପାସ କରିଛନ୍ତି l ବିଦ୍ୟାଳୟର ପପୁ ପଧାନ ୫୪୦ ମାର୍କ ରଖି ଏ-୧ ଗ୍ରେଡ଼ରେ ଉତୀର୍ଣ୍ଣ ହୋଇଛନ୍ତି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକଦେବ ପଣ୍ଡା ଶିକ୍ଷକ ମହେନ୍ଦ୍ର କୁମାର ସାହୁ, ସୌମିତ୍ରୀ ପ୍ରଧାନ, ବାସୁଦେବ କୁମ୍ଭାର, ଅରୁଣ କୁମାର ରଣା ଓ ବୃହସ୍ପତି କାଲସେ ପପୁଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି l ବାଣିଜ୍ୟ ବିଷୟରେ ପାଠ ପଢି ଭବିଷ୍ୟତରେ ବ୍ୟଙ୍କିଙ୍ଗ କାର୍ଯ୍ୟ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ପପୁ l

Popular Articles