୫ ଶହ ଟଙ୍କାର ଭତ୍ତା ପାଇଁ ୪ କିଲୋମିଟର ଚାଲିଲେ ୮୪ ବର୍ଷିୟ ବୃଦ୍ଧ

0
89
୫ ଶହ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, ((୧୯/୦୫) : ୫ ଶହ ଭତା ଟଙ୍କା ପାଇଁ ୪ କିଲୋମିଟର ବାଟ ଚାଲିଲେ । ବ୍ୟାଙ୍କରେ ପହଂଚିବା ପରେ ଟଙ୍କା ନପାଇ ନିରାଶ ହୋଇ ଫେରିଲେ ଦୁଇ ଜଣ ବୃଦ୍ଧ ।

୫ ଶହ ଟଙ୍କାର ଭତ୍ତା ପାଇଁ ୪ କିଲୋମିଟର ଚାଲିଲେ ୮୪ ବର୍ଷିୟ ବୃଦ୍ଧ । ଅଂଟା ଭାଙ୍ଗି ଗଲାଣି, ପାଦେ ଚାଲିବାକୁ ବଳ ନାହିଁ, ତଥାପି ବାଡି ଧରି ନଇଁ ନଇଁ ଭତା ଟଙ୍କା ପାଇଁ ବ୍ୟାଙ୍କକୁ ଯାଇଥିଲେ ପୁରୀ ଜିଲ୍ଲା ଗୋପ ବ୍ଲକ ବନାଖଣ୍ଡି ପଂଚାୟତର ୮୪ ବର୍ଷିୟ ବିମ୍ବାଧର ସ୍ୱାଇଁ ଓ ୮୨ ବର୍ଷିୟ ନେତ୍ରାନନ୍ଦ ମଲ୍ଲ । ବ୍ୟାଙ୍କରୁ ଭତା ଟଙ୍କା ଆଣିବା ପାଇଁ ଆଜି ସକାଳୁ ହାତରେ ବାଡି ଓ ପାଣି ବୋତଲ ଧରି ଘରୁ ବାହାରିଥିଲେ ଏମାନେ । ଦୁହେଁ ଘର ଠାରୁ ୪ କିଲୋମିଟର ଦୂର ବ୍ୟାଙ୍କରେ ପହଂଚିଥିଲେ । ହେଲେ ବ୍ୟାଙ୍କ ଖାତାକୁ ଭତା ଟଙ୍କା ଆସିନଥିବା କହି ଫେରାଇ ଦେଇଛନ୍ତି ବ୍ୟାଙ୍କ କର୍ତୃପକ୍ଷ । ଭତା ଟଙ୍କା ନମିଳିବାରୁ ନିରାସ ହୋଇ ଦିନ ୧୨ ଟାରେ ଧୁ ଧୁ ଖରାରେ ଘରରୁ ଫେରିଛନ୍ତି ବିମ୍ବାଧର ଓ ନେତ୍ରାନନ୍ଦ । ପରିଣତ ବୟସରେ ଭତା ଟଙ୍କା ପାଇଁ ବୟସ୍କ ହିତାଧିକାରୀ ଏମିତି ହିନସ୍ତା ହେବା ଘଟଣା ନୁଆ ନୁହେଁ । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି । ଆଗରୁ ଭତା ଟଙ୍କା ପଂଚାୟତ ଅଫିସରୁ ମିଳୁଥିଲା, ବୟସ୍କ ଲୋକଙ୍କ ଘରକୁ ଯାଇ ଟଙ୍କା ଦେଉଥିଲେ ଅଧିକାରୀ । ହେଲେ ଭତା ଟଙ୍କା ବ୍ୟାଙ୍କ ଆକାଉଂଟରେ ଆସିବା ପରେ ଏଭଳି ସମସ୍ୟା ସୃଷ୍ଟି ହେଉଛି ।