ରକ୍ତ ଅଭାବ ରୁ ଅକଥନୀୟ ଦୁର୍ଦ୍ଦଶା,ରୋଗୀ ଙ୍କ ସମ୍ପର୍କୀୟ ଙ୍କୁ ରକ୍ତଦାନ ପାଇଁ ନିବେଦନ

0
98
ରକ୍ତ ଅଭାବ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୮/୦୫) : ଟିଟିଲାଗଡ ଜିଲ୍ଲାଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଟିଟଲାଗଡ ରେ ରୋଗୀ ଙ୍କୁ ରକ୍ତ ଅଭାବ ନେଇ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିବା ଦେଖାଯାଉଛି ।

ରକ୍ତ ଅଭାବ ରୁ ଅକଥନୀୟ ଦୁର୍ଦ୍ଦଶା । ଗ୍ରୀଷ୍ମ ପ୍ରବାହ ଯୋଗୁଁ ରକ୍ତଦାନ ଶିବିର ହେଉନି ଅନୁଷ୍ଠିତ ଫଳରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରୋଗୀ । ସୂଚନାନୁଯାଇ, ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଉପରେ ପଡୋଶୀ, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାର ଜନ ସାଧାରଣ ନିର୍ଭର କରିଥାନ୍ତି । ଗମନା ଗମନ ସୁବିଧା ଥିବା ଯୋଗୁଁ ଏହି ଡ଼ାକ୍ତରଖାନା ରୁ ବଲାଙ୍ଗୀର ମ୍ୟାଡିକଲ କଲେଜ ଡ଼ାକ୍ତରଖାନା ୭୦ କି.ମି. ଦୂର ରେ ରହିଛି । ଗୁରୁତର ଙ୍କୁ ତୁରନ୍ତ ବଲାଙ୍ଗୀର ନେବା ଅସମ୍ଭବ ଥିବା ତଥା ଅଧିକ ବିପଦ ସଙ୍କୁଳ ହୋଇଥିବାରୁ ଏହି ଡାକ୍ତରଖାନା ରେ ଭର୍ତ୍ତି କରାଯାଇ ଥାଏ । ହେଲେ ଏହି ଟିଟଲାଗଡ ରକ୍ତ ଭଣ୍ଡାର ରେ ସ୍ଵେଚ୍ଛାସେବୀ ରକ୍ତଦାତା ନିଜ ପରିଚିତ ରକ୍ତଦାତା ଙ୍କୁ ଆଣିବା ଓ ବିଭିନ୍ନ ବର୍ଗ ର ରକ୍ତଦାତା ଠିକ୍ କରିବା ଦୁର୍ବିସହ ହୋଇ ପଡ଼ିଛି ।

ଅସହାୟ ତଥା ଦୂର, ଦୂରାନ୍ତ ରୁ ଅନେକ ସଂଖ୍ୟାରେ ରୋଗୀ ଭର୍ତି ଥିବା ବେଳେ ତାଙ୍କ ସଂପର୍କୀୟ ରକ୍ତ ଯୋଗାଡ କରିବା ପାଇଁ ଦୁର୍ଦ୍ଦଶା ର ଶିକାର ହେଉଛନ୍ତି । ସେହିପରି କୌଣସି ସ୍ବେଛାସେବୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ବନ୍ଦ ଥିବା ବେଳେ ଏ ଦିଗରେ ତୁରନ୍ତ ଶିବିର ଆୟୋଜନ ସହ ପ୍ରତି ରୋଗୀ ଙ୍କ ସମ୍ପର୍କୀୟ ମାନେ ନିଜେ ରକ୍ତ ଦାନ କରିବା କୁ ଆଗେଇ ଆସନ୍ତୁ ବୋଲି ପଶ୍ଚିମ ଓଡ଼ିଶା ରକ୍ତଦାତା ସଙ୍ଘ ସଭାପତି ନଳିନୀ କାନ୍ତ ରଥ ପ୍ରକାଶ କରିଛନ୍ତି ।