ପ୍ରେସ ଲୋଗୋ ଲଗାଇ ଗଞ୍ଜେଇ ଚୋରା ଚାଲାଣ

0
135
ପ୍ରେସ

ରିପୋର୍ଟ : ଶିବ ବିଶୋଇ //
କୋରାପୁଟ, (୧୮/୦୫) : ପ୍ରେସ ଲୋଗୋ ଲଗାଇ ଗଞ୍ଜେଇ ଚୋରା ଚାଲାଣ l ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ XUV କାର ଜବତ ଜବତ ୨ ଅନ୍ତରାଜ୍ୟ ମାଫିଆ ଗିରଫ lWhatsApp Image 2023 05 19 at 10.11.09 ପ୍ରେସ ଲୋଗୋ ଲଗାଇ ଗଞ୍ଜେଇ ଚୋରା ଚାଲାଣ

କାର ରେ ପ୍ରେସ ଲୋଗୋ ଲଗାଇ ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ପାଡୁଆ ପୋଲିସ l ଆନ୍ଧ୍ର ସୀମାନ୍ତ ବର୍ତ୍ତୀ ଅଂଚଳରୁ ମହାରାଷ୍ଟ୍ର କୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର sdpo ଙ୍କ ନେତୃତ୍ୱ ରେ ପାଡୁଆ ପୋଲିସ ବଡଦେବତା ଛକ ନିକଟରେ ନିକଟରେ ନାକା ବନ୍ଦୀ କରିଥିଲେ l ଦ୍ରୁତ ଗତିରେ ଆସୁ ଥିବା XUV କାର କୁ ଅଟକିବାରୁ ବ୍ୟାରିକେଟ ଭାଙ୍ଗି ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ ଦୁଇ ମାଫିଆ I ପୋଲିସ ପିଛା କରି ଗାଡିକୁ କାବୁ କରିବା ସହ ଗାଡିକୁ ଯାଞ୍ଚ କରିଥିଲା I କାର ରୁ ଦେଢ଼ କୁଇଣ୍ଟାଲ ଗଞ୍ଜେଇ ବାହାରି ଥିଲା ଏହାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି l ଏବଂ ଦୁଇ ମାଫିଆ ମହାରାଷ୍ଟ୍ର ଅଂଚଳର ମିଳିନ୍ଦ ଚିକତେ ଏବଂ ଶୁଭମ ସଂଜୟ ସିନ୍ଦେ ବୋଲି ଜଣାପଡିଛି l