Friday, March 29, 2024

Top 5 This Week

Related Posts

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ହସ୍ତତନ୍ତ ମଲ ନିର୍ମାଣ କାର୍ଯ୍ୟ ର ପରିଦର୍ଶନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୮/୦୫) : ଆଜି ଅପରାହ୍ନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଜିଲ୍ଲା ଗସ୍ତରେ ଆସି ସୋନପୁର ସହର ନିକଟବର୍ତ୍ତୀ ଝିଙ୍କି ଠାରେ ଡବ୍ଲୁଓଡିସି ଅର୍ଥ ଅନୁଦାନ ରେ ନିର୍ମାଣଧୀନ ଡବ୍ଲୁ ଓ ଡି ସି ହସ୍ତତନ୍ତ ମଲ ର ନିର୍ମାଣ କାର୍ଯ୍ୟର ପରିଦର୍ଶନ କରି ସମୟ ଅବଧି ରେ ପ୍ରକଳ୍ପ କାର୍ଯ୍ୟ କୁ ସମାପନ କରିବାକୁ ପରାମର୍ଶ ଦେଇଛନ୍ତି l

ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ୱାରା ୬ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁରରେ ଡବ୍ଲୁଓଡିସି ହସ୍ତତନ୍ତ ମଲ ନିର୍ମାଣ ଜିଲ୍ଲାର ବୁଣାକାର ଓ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତ ତନ୍ତ ବସ୍ତ୍ରର ବହୁଳ ବିକ୍ରୟ ତଥା ସେମାନଙ୍କ ଅର୍ଥନୈତିକ ବିକାଶରେ ସହାୟକ ହେବ l ଜିଲ୍ଲାର ବହୁମୁଖୀ ବିକାଶର ମହତ ଉଦ୍ଦେଶ୍ୟ ନେଇ ଗତ ତା ୨୧/୧୦/୨୦୨୨ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ l ବର୍ତମାନ ସୁଦ୍ଧା ପ୍ରକଳ୍ପ ନିମନ୍ତେ ୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ପ୍ରକଳ୍ପର ଦଶ ପ୍ରତିଶତ ନିର୍ମାଣ କାର୍ଯ୍ୟ କରାଯାଇଥିବା ବେଳେ ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ କାର୍ଯ୍ୟ ଆଗାମୀ ଡିସେମ୍ବର ସୁଦ୍ଧା ସମାପନ କରାଯିବ ବୋଲି ନିର୍ମାଣଧୀନ ସଂସ୍ଥା ପି ଡବ୍ଲୁ ଡି ଅଧିକ୍ଷଣ ଯନ୍ତ୍ରୀ ମାନ୍ୟବର ଅଧ୍ୟକ୍ଷ ଙ୍କୁ ସୂଚୀତ କରିଛନ୍ତି l

ଆଜିର ଏହି ପରିଦର୍ଶନ ସମୟରେ ମୁଖ୍ୟ ନିର୍ବାହୀ ଅଧିକାରୀ ଡବ୍ଲୁଓ ଡି ସି ଡ଼ଃ ଅଜିତ କୁମାର ମିଶ୍ର, ଟି ସି ଡବ୍ଲୁଓଡିସି ସୁନୀଲ କୁମାର ନାୟକ, ଭାରପ୍ରାପ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ସି ଡି ଓ ତଥା ଇ ଓ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର, ଯୁଗ୍ମ ନିର୍ଦେଶକ ଜିଲ୍ଲା ଯୋଜନା ଓ ସଂଯୋଜନା ଚତୁର୍ଭୁଜ ସାହୁ, ଅଧିକ୍ଷଣ ଯନ୍ତ୍ରୀ ପି ଡବ୍ଲୁ ଡି ଇଂ ଦାମୋଦର କୈବର୍ତ୍ତ ପ୍ରମୁଖ ଉପସ୍ଥିତ ଥିଲେ l

Popular Articles